STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସମ୍ମାନନୀୟ

ସମ୍ମାନନୀୟ

1 min
193


ଅଟଳ ଅଚଳ ଅଥଳ ଆକୁଳ

ହେ ମହାମେରୁ

ଭାଙ୍ଗିଯିବେ ପଛେ ନଇଁ ଯିବେନାହିଁ

ଅନ୍ୟ ଏକ ଭୀଷ୍ମ ଗୁରୁ ।

ରାଜନୈତିକ ଜୀବନର ଏତେ ଝଡ଼

ପକ୍ଷୀ ଶାବକ ପଶୁ ମଣିଷ ଉର୍ଦ୍ଧରେ

ଗଢୁଥିଲେ ନିଜ ଗଡ଼

ନିଜ ଗଡ଼ର ଏକାଙ୍ଗ୍ରଚକ୍ରବର୍ତ୍ତୀ ।

ଅଟଳ ବିହାରୀ ବାଜପେଇ ଚଣ୍ଡାଶୋକ

ତୁମେ ଆର୍ଯ୍ୟ ସେହି ଅଶୋକ

ମଣିଷ ରୂପରେ ସହିଷ୍ଣୁତା ଭାରେ

ନେତା ଭାବେ ଅଦ୍ବିତୀୟ ଇଶ୍ୱରେ ।

କର୍ମୀ ସେ ରାଜନୀତି ଡ଼ଙ୍ଗାରେ

ନିଜେ ନାଉରୀ ଓ ନିଜେ ତଲେଇ

ପବନ ଯେଣେ ଆହୁଲା ସେଣେ ନନେଇ

ବୁଦ୍ଧି ବିବେକ ଜ୍ଞାନ ସମୀକରଣେ ।

ଶୁଦ୍ଧ ଆଚ୍ଚରଣ ଉଚ୍ଚାରଣେ

ଆଉ ଏକ ତାଜାମହଲ ଗଢି

ରୋକି ସାମୁଦ୍ରିକ ବା ବାତାସୀ ଝଡି

ସୁନାମୀ ମହାବାତ୍ୟା କରୋନା ମହାମାରୀ ।

ଯୁଦ୍ଧ ବିଭୀଷିକା ଆତଙ୍କ ସନ୍ତ୍ରାସ ବଇରୀ

ଭାରତମାତାର ଯୋଗ୍ୟ ବୀର ପ୍ରଧାନମନ୍ତ୍ରୀ

ତୁମ କର୍ମର ଝଡ଼ କଥାର ନୀଡ଼

ଥରାଏ ଛାତି ଜାଗେ ଆଜି ବି ସ୍ମୃତି ।

ଉଠ ମାନବ କଥା ଗାଥା କୀର୍ତ୍ତିରେ

ସୁସଂଗତି ସଂହତି ସଂସ୍କୃତି

ଯୁଦ୍ଧଂ ଦେହୀ ନୁହେଁ ଭକ୍ତି ଜାତି ପ୍ରୀତି ।


Rate this content
Log in

Similar oriya poem from Action