STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ସମ୍ମାନ ଟିକେ ଚାହେଁ

ସମ୍ମାନ ଟିକେ ଚାହେଁ

1 min
14.3K


ଯେତେ ଲେଖିଲେ ବି କବିତା ଓ ଗଳ୍ପ,

ମନ ଟା ଅବୁଝା ରହେ ,ଜୟପୁର

ଆଉରି ଅଧିକ କିଛି ଲେଖିବାକୁ

ମନ ଛଟପଟ ହୁଏ

ଯୁଗୋପଯୋଗୀ କବିତା ଓ ଗଳ୍ପ

ଲେଖିବାକୁ ଭଲପାଏ

ମଝିରେ ମଝିରେ ପ୍ରେମ କବିତା ବି

ପଦେ ଅଧେ ଲେଖିଦିଏ

ଲେଖିବାଟା ମୋର ନିଶା ଅଟେ ଭାଇ

ପେଶା କେବେ କରିନାହିଁ ||


ତଥାପି ମୋହର କିଛି କବିତାରେ

କଟୁକଥା ଶୁଣୁ ଥାଇ

କହିବା ଲୋକ ତ କିଛି କହିବେ

କହିବା ତାଙ୍କର କାମ

ସହିପାରେ ନାହିଁ ରହିପାରେ ନାହିଁ

ତାଙ୍କ ବୁଦ୍ଧି ହୋଇଯାଏ ବାମ

କାହାରି କଥାରେ ଭାଙ୍ଗିପଡିବିନି

ଲେଖୁଥିବି ଦିନରାତି

ଭଲପାଅ କି ନପାଅ ମୋର ଲେଖାକୁ

ଲେଖିବା ମୋହର ନୀତି,,

ନୁହେଁ ସାହିତ୍ୟିକ ନୁହେଁ ଗାଳ୍ପିକ

ନୁହଇ ମୁଁ ବଡ଼ଲୋକ

ଲେଖିଛି ଲେଖୁଛି ଆଗେ ଲେଖଥିବି

ମୋ ଜୀବନ ଥିବାଯାକ,

ମୁହିଁ ନିରଞ୍ଜନ କରେ ନିବେଦନ

ରଖିବ ମୋହର ମାନ

କଟୁକଥା କେବେ କହିବନି

ଦେଉଥିବ ସନମାନ ||


ନିରଞ୍ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational