ସମିୟାର୍ ଖେଲ୍
ସମିୟାର୍ ଖେଲ୍
ଦେଖିଛୁ କାଏଁ କେଭେଁ ସମିୟାର୍ ଖେଲ୍
ସମିୟାର୍ ଆଗାଡ଼େଁ ସାରା ଜଗତ୍ ଟା ଆଏ ଢେଲ୍ ।
ଆଏସି ଗୁଟେ ଗୁଟେ ବେଲ୍
ସମିୟାଟା ଦେଖାସି ତାର୍ ଖେଲ୍ ।
ଗୁଟେ ସମିୟାରେ ମିଶେଇଥିବୁ ଦୋସ୍ତୀର୍ ହାତ୍
ଆଉ ଟିକେ ଗଲେଁ ମାର୍ବୁ ଶହ ଶହ ଲାତ୍ ।
ଯାହାକେ ଇହାଦେ କହିଥିବୁ ଖରାପ୍
କର୍ବାର୍ କେ ପଡ଼୍ବା ସାତ୍ ଖୁନ୍ ର ମାଫ୍ ।
ଜାନିଛ କାଏଁ ସାଗର୍ ମନ୍ଥନ୍ ର କଥା
ଅସୁର୍ ମାନ୍କୁ ଖରାପ୍ କହୁଥିଲେ ସେମାନେ ମାନ୍ଲେ ତାକର୍ କଥା ।
ଦେବ୍ତା ଅସୁର୍ ମିଶିକରିଁ କର୍ସନ୍ ସାଗର୍ ମନ୍ଥନ୍
ଦୁହେ ମିଶି କରିଁ ବିଷ୍ଣୁ ର୍ ଅଭାବ୍ କେ କର୍ସନ୍ ପୂରନ୍ ।
ଯଦି ନାଇଁ ମିଶିଥିତେ ଦେବ୍ତା ସାଙ୍ଗେ ଅସୁର୍
ବିଷ୍ଣୁ କେ ଲକ୍ଷ୍ମୀ ମିଲ୍ବାର୍ ଆଶା ପଲେଇଥିତା କେତ୍ନି କେତେ ଧୂର୍ ।
ସେ ଖରାପ୍ ଆଏ ବଲିଁ ନାଇଁ କହେବୁ ନାଇଁ ମିଶେଁ
ଇନ୍ତା କଲେଁ ପଡ଼ିପାରୁ ତୁଇଁ କେତ୍ନି କେତେ ଲସେଁ ।
ମତୁଆଲ୍ ସାଙ୍ଗେ ମିଶିଗଲେଁ କେଭେଁ ନାଇଁ ଭାବ୍ବୁ ହେଇଯିମି ମତୁଆଲ୍
ତାର୍ ସାଙ୍ଗେ ମିଶିଗଲେଁ ଭେଲ୍ ବଦ୍ଲିଯିବା ଭଲ୍ ହେଇଯିବା ତାର୍ ହାଲ୍ ଚାଲ୍ ।
ଡେବ୍ରି ହାତ୍ ସାଙ୍ଗେ ମିଶ୍ଳେଁ ଭୁଜ୍ନି ହାତ୍ ମିଶ୍ଲେଁ ହେସି ପ୍ରଣାମ୍
ହେନ୍ତା ଭଲ୍ ଲୁକର୍ ସାଙ୍ଗେ ଖରାପ୍ ଲୋକ୍ ମିଶ୍ଲେଁ କେତେଟା ହେସି ଭଲ୍ କାମ୍ ।
ନାଇଁ ଭାବିକରିଁ କାହାକେ ଭଲ୍ ଖରାପ୍ ମିଶ୍ବୁ ସମ୍କିର୍ର ସାଙ୍ଗେ
ଯଦି ତୁଇଁ ନିଜେଁ ନିଜ୍କେ ଭଲ୍ ଭାବୁଛୁ ରଙ୍ଗେଇ ନେବୁ ତୋର୍ ଚରିତ୍ରର୍ ରଙ୍ଗେ ।
