STORYMIRROR

Illa Kanungo Mohapatra

Inspirational Others

3  

Illa Kanungo Mohapatra

Inspirational Others

ସମ୍ଭାବନା

ସମ୍ଭାବନା

1 min
174

ସମ୍ଭାବନା ସେତ, ସମୃଦ୍ଧି ପଥରେ

ଶକ୍ତ ଏକ ସେତୁ ପରି ll

ସମ୍ଭାବନା ସେତ, ସମୟ ରାସ୍ତାରେ

ଶୀତଳ ଛାୟାଟେ ପରି ll

ସମ୍ଭାବନା ସେତ, ପତ୍ର ଝଡା ପୌଷ ପରେ

ବସନ୍ତ ର ଆଗମନ ପରି ll

ସମ୍ଭାବନା ସେତ, ନିଆଁ ଝରା ନିଦାଘରେ

ଶୀତଳ ସଂଗୀତ ପରି ll

ସମ୍ଭାବନା ସେତ, ନିର୍ଜନ ବେଳାଭୂମିରେ

ଇପ୍ସିତ ପ୍ରେମିକ ପରି ll

ସମ୍ଭାବନା ସେତ, ସମ୍ପର୍କ ସୂତାରେ

ଗୁନ୍ଥା ଏକ ଫୁଲ ପରି ll

ସମ୍ଭାବନା ସେତ, ଅନ୍ଧାର ଆକାଶେ

ପୂର୍ଣମୀ ର ଜହ୍ନ ପରି ll

ସମ୍ଭାବନା ସେତ, ମୁକ୍ତ ଆକାଶର

ମୁକ୍ତ ପକ୍ଷୀ ଟିଏ ପରି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational