ସମାନତା
ସମାନତା
ସ - ସବୁ ଧର୍ମକୁ ନେଇ ଆମ ଦେଶ
ସାର୍ଵଭୌମ ରାଷ୍ଟ୍ରରେ ଗଣା,
ସର୍ବ ଧର୍ମାବଲମ୍ବୀ ଭାବରେ ଯେ
ବିଶ୍ୱେ ଆଜି ଉଡୁଛି ବାନା l (1)
ମା - ମାନୁଛୁ, ମାନିବୁ ସଭିଏଁ ଆମେ
ଗଣତନ୍ତ୍ରର ନୀତି ଆଦର୍ଶକୁ,
ସାମ୍ପ୍ରଦାୟିକ, ଭେଦ ଭାବ ଭୁଲି
ପ୍ରଚାରି ଅହିଂସା ବାଣୀକୁ l (2)
ନ - ନ ମାନିବ ଯିଏ ଏହି କଥାକୁ
କରାଇବା ହୃଦୟଙ୍ଗମ,
ସର୍ବ ଧର୍ମ ଭାଇ ସମାନ ଅଟେ
ମତ ଭେଦ ଯେ ଆମ କାମ l(3)
ତା - ତାଙ୍କ ଧର୍ମ ବଡ଼ ଆମର ଛୋଟ
ଏ ସବୁ ଯେ ହୀନମନ୍ୟତା,
ଭାରତମାତାର ଆମେ ସନ୍ତାନ
ଭାରତୀୟ ଆମ ସମାନତା l(4)