ସମାଜସେବୀ
ସମାଜସେବୀ
ପରୋପକାର ଯେ ନୁହଁଇ ମୂର୍ଖତା
ଅଟଇ କେବଳ ସେ ବୀରତା
ନିଜ ସେବା ତ ସମସ୍ତ ପ୍ରାଣୀ କରଇ
ଅନ୍ୟ ସେବାର ମୂଲ ସମାଜସେବୀ ବୁଝଇ ।
ସମାଜସେବାରେ ଯେଉଁ ଆନନ୍ଦ ନିହିତ
ତାହା ଯେ ନାହିଁ ଆଉ କେଉଁଠି ସଞ୍ଚିତ
ଯେବେ ଆମ ହାତ କରଇ ସମାଜସେବା
ତେବେ ମନ ହସଇ ହୃଦୟରୁ ପରା ।
ସେବା ଓ ଶାନ୍ତି ପରସ୍ପର ଯୋଡ଼ିତ
କରିବ ଯେବେ ଜାଣିବ ନିଶ୍ଚିତ
ସମାଜସେବୀର ଯେବେ କଥା ହୁଏ ଚର୍ଚ୍ଚିତ
ମହାପୁରୁଷ ଦାସଙ୍କ ଛବି ମନରେ ହୁଏ ବର୍ଣ୍ଣିତ ।
ଏକ ପୁତ୍ର ଜୀବନ କରି ସେ ଉତ୍ସର୍ଗ
ହଜାରେ ପୁତ୍ର ପାଇଲେ ସେ ମହାବୀର
କେତେ ଯେ ସମାଜସେବୀ ଇତିହାସ ରଚିଲେ
କୋଟିପ୍ରାଣ ମନେ ଶାନ୍ତି ମାର୍ଗ ଦେଇଗଲେ ।
ସ୍ୱଚ୍ଛ ଭାବ ରଖି ଯେବେ ପାଦ ଆଗକୁ ବଢ଼ଇ
ପରୋପକାର ଛାଡ଼ି କେବେ ପଛକୁ ନ ହଟଇ
ସମସ୍ତ ଜନ ଚିହ୍ନେ ଆପଣାର ମୁହଁ
ସମାଜସେବୀ ଜାଣଇ ସଭିଁଏ ତାର ପ୍ରାଣ ।
ମନରେ ନ ରଖି କିଞ୍ଚିତେ ଭାବନା
ପରୋପକାର କରଇ ସହି ଯାତନା
ଅର୍ଥ ନ ପାଇଲେ ମଧ୍ୟ ଆଶୀର୍ବାଦ ପାଏ
ସେତିକିରେ ଖୁସି ହୋଇ ଜୀବନ ଜୀଇଁ ଯାଏ ।
ନିଜ କଥା କେବେ ନଭାବେ ମନେ
ଉପକାର କରି ଚାଲେ ସେ ପ୍ରାଣପଣେ
ଅନ୍ୟର ଖୁସିରେ ଯେ ସେ ନିଜ ଖୁସି ଖୋଜେ
ପରଆପଣା ର କେବେ ମନେ ନ ଆଣେ ।
କରିଚାଲେ କର୍ତ୍ତବ୍ୟ ତାର ହୋଇ ଅଗ୍ରସର
ତା ଉପକାର କଥା ପଛେ ନଭାବୁ କେଉଁ ନର
ବିଶ୍ଵ ପୂଜନୀୟ ସିଏ ସମାଜ ସେବକ
ନ ଅଟକେ ବୋଲି କେବେ ସଦା ବନ୍ଦନୀୟ ।
