STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ସମାଜ କିଛି ଶିଖିଲା

ସମାଜ କିଛି ଶିଖିଲା

1 min
306

ମରଣଶୀଳ ଏ ମଣିଷ ତଥାପି ମୃତ୍ୟୁ ଭୟ ଭୟଙ୍କର

ବିପଦ ପଡିଲେ ମାଳିକା ବଚନ ଦେବତା ଧରମ ସ୍ମର !


ମହାବାତ୍ୟା ଫାଇଲିନ୍ ହୁଡହୁଡ୍ ଫଣୀ ଚେତାଇଲା ନାହିଁ 

ଆଜି ବଞ୍ଚିଗଲେ କାଲିକି ଭୁଲିବା ଧର୍ମ କର୍ମ କାହିଁ ପାଇଁ !


କରୋନା ବିଶ୍ଵକୁ କଲା କବଳିତ ତିରିଶି ହଜାର ମୃତ

ଆମେରିକା ଚୀନ ଇରାନ ଇଟାଲି ନ ଛାଡେ କରୋନା ଭୂତ।


ମର୍ଚ୍ଚ ପଚିଶରୁ ଅପ୍ରେଲ ଚଉଦ ଏକୋଇଶ ଦିନ ପାଇଁ 

ସାରା ଦେଶହେଲା ଘରେ ତାଲାବନ୍ଦୀ ଡାକ ଦେଲେ ମୋଦିସାଇଁ।


ଗୃହ ସ୍ୱାମୀ ଠାରୁ ପିଲା ଛୁଆ ଘରେ ଜରୁରୀ ସେବାକୁ ଛାଡି

ହଜିଲା ସଂସ୍କାର ମନେ ଭାଳୁଛନ୍ତି ମାଳିକା ବଚନ ସ୍ମରି।


ଗାୟତ୍ରୀ ମନ୍ତ୍ର କୁ ଅଭ୍ୟାସ କରନ୍ତି ମିଳିମିଶି ପରିବାର

ଭୁଲି ଯାଇଥିଲେ ଏକାଠି ଖାଇବା ହସିବା ବସିବା ଗୀର।


ଦୂରଦର୍ଶନରେ ରାମାୟଣ ମହାଭାରତ ଧାରାବାହିକ

ସୁବର୍ଣ୍ଣ ସୁଯୋଗ ସଂସ୍କାର ସଂସ୍କୃତି ରଖିବାକୁ ତା'ର ଟେକ !


କରୋନା ଦେଇଛି ଦୁଃଖ ଅସୁମାରୀ ଦୁଃଖ ଆସେନାହିଁ ଏକା

ଭରା ପରିବାର ସୁଖ ଫେରିଅଛି ମନେ ନ ରଖିବା ଦକା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational