STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ସମାଧାନ

ସମାଧାନ

1 min
329

ଏଠି

କେଉଁ ଅନାଦି କାଳରୁ

ସମସ୍ୟାର ସମାଧାନ ଚାଲିଛି,

ଯାହା ନ’ ହୋଇ ପାରୁଛି

ତା’ର ତର୍ଜମା ଚାଲିଛି

ବାଟ ବାହାରିବ

ସହଜ ସରଳ

ସମାଧାନ ସୂତ୍ର


ସମାଧାନ ପାଇଁ

କିଏ ଜଣେ ହାରିପାରେ

ସମସ୍ତେ କଦାପି ନୁହଁ

ସେଥି ପାଇଁ ଆମେ

ଆଜି ଚନ୍ଦ୍ରରେ ପାଦ ଥାପିଛେ

ସମିଳିତ ଉଦ୍ୟମରେ

ସଫଳତାର ବାଟ ବାହାର କରି


ସେଥି ପାଇଁ କେବେଠୁ

କିଏ କହି ଯାଇଛି

ଜୋଡାକୁ ଘୋଡା ସରି ନୁହେଁ

ଏକାଠି ମିଶିଗଲେ

ସହଜ ସରଳ

ସଫଳତା ସମାଧାନ

ବାଟ ଫିଟିଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract