STORYMIRROR

Pinku Ranbida

Inspirational Others

3  

Pinku Ranbida

Inspirational Others

ସମ୍'କର୍ ଝି ସମାନ୍

ସମ୍'କର୍ ଝି ସମାନ୍

1 min
219

ଏକେଲା ଦୁକୁଲା ଦେଖିଦେଲେ କେନୁ

ମାର୍'ସୁ ଟପା ଦାଏକା,

କେନ୍'କେ ଯାଉଛ ଲହର୍ ମନୀ ଗୋ

କହେଦେସୁ ଛିନାଛକା ।


ଏକା ତୋର୍ ବହେନ୍ ,ବହେନ୍ ଆଏ

ଆଉ ସଭେ ହେଲେ ପର୍,

କେନ୍ତା ଚାଲି ଚଲନ୍ ସିଖିଛୁ ପିଲା

ଲାଏଜ୍ ସରମ୍ କର୍ ।


ସରମ୍ ହେଲେ ଟିକେ କର୍'ତୁ ନିଜେ

ଘରେ ଥିବା ମାଁ ବହେନ୍,

ତାହାକୁ ଭି ଦେଖି ହେନ୍ତା କହୁଥିବେ

ମାରୁଥିବେରେ କମେଣ୍ଟ୍ ।


କମେଣ୍ଟ୍ କରୁ ଅଲ୍'ଗା ଝି,ବହ'କେ

ଯାଉଅଛେ ଦେଖ ମାଲ୍ ,

ଜାଣା ମୁହୁକେ ଆଏଲା ପର୍ଘାସୁ

ନାଇଁ ଦେଖୁ ବେଲ୍ କାଲ୍ ।


କେତେ ବେଲ୍ ଏନ୍ତା ଚାଲିଥିବା ଇନ

ଆମର୍ ଭାରତ୍ ଦେଶେ,

ଆମର୍ ଝି'ବହ ମାନେ ରୁଡେ ବାଟେ

ଆଜାଦି ପାଏବେ ଶେଷେ।


ଶେଷ୍ ପଦେ କହୁଛେ ବୁଝେଇ କରି

ମୋର୍ କଥା ଟିକେ ମାନ୍,

କାହାକେ ଖରାପ୍ ଆଖି ନାଇଁ ଦେଖ୍

ସମ୍'କର୍ ଝି ସମାନ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational