STORYMIRROR

Bhakta Malla

Romance

3  

Bhakta Malla

Romance

ସମ ଦୂରତ୍ଵର ପ୍ରେମ

ସମ ଦୂରତ୍ଵର ପ୍ରେମ

1 min
13.8K


ଖୁବ୍ ପ୍ରଚେଷ୍ଟା ପରେ ବି,

ମୁଁ ମୁକ୍ତ କରିପାରୁନି, ତୁମ ପ୍ରେମର

ନିଶ୍ଚୁପ ସମୟର ଇଲାକା -

ପରିବ୍ୟାପ୍ତ ମୋର ଇହକାଳ/ ପରକାଳ

ସୀମାହୀନ ଆକାଶର ଦୀପ୍ତ ନୀହାରିକା ।।

ତୁମ ନିଃଶବ୍ଦ ଆକର୍ଷଣ

ତୁମ ଶବ୍ଦର ନୀଳ ସମ୍ମୋହନ,

ମହାଶୂନ୍ୟର ବିଜନତା ପରି

ବିଦ୍ଧ କରେ ଅବଶିଷ୍ଟ ଆୟୁଷର

ଏକାନ୍ତ ଜୀବନ ।।

ତୁମକୁ ହଜେଇବାର ଭୟ ନାହିଁ ମୋର !

ମୁଁ ଜାଣେ , ତୁମ ପ୍ରେମର ନା ' ଅଛି ମୋହ

ନା ' ଅଛି ପ୍ରତାରଣାର ଦାହ;

ଅଛି ମାତ୍ର ଅତିକ୍ରାନ୍ତ ସମୟର

ବିଦଗ୍ଧ ନିର୍ମୋହ ।।

ତୁମକୁ ନେଇ ସ୍ଵପ୍ନ ଦେଖି ନାହିଁ

ଗଢିବାକୁ ବିସ୍ମୟ ଓ ବିଶ୍ଵାସର ତାଜ୍ !

ମୁଁ କେବଳ ଜାଣେ, " ଯାହା ମିଳେନାହିଁ

ତା ' ପାଇଁ ଉଜାଡିବି କିଆଁ- ଜର ଜର ଜହ୍ନ ରାତି

ଛାତି ତଳେ ଚାପିରଖି- କୁଢ କୁଢ ଦୁଃଖର ଦରଜ " ।।

ମୁଁ ଜାଣେ ତୁମ ପ୍ରେମ କେବେ ବି '

ହେବନାହିଁ ପ୍ରଣୟ ପ୍ରଦୀପ ,

ନଦୀ ହୋଇ ବହିବାର ଅଭିପ୍ରାୟ ନାହିଁ ମୋର

ଭେଟିବାକୁ ଚାହେଁ ନାହିଁ ତୁମର ସେ ଭୟଙ୍କର ରୂପ ।।

ବରଂ ଭଲ ଏଇମିତି ଭିଜୁ ଥିବା

ଶିହରିତ ସବୁଜ ସକାଳ,

ନିରନ୍ତର ଗାଉଥିବା କାଳ କାଳ

ପରିତୃପ୍ତ କୋମଳ ଗାନ୍ଧାର ।।

ହଜିବାର ବାହାନାଟା ମଜ୍ଜିଯାଉ

ଶୁଦ୍ଧ ଏକ ଲୋଡିବା ପଣରେ,

ପ୍ରେମ ଖୋଜୁ ମିଳନ ନଥିବା

ଆଉ ଏକ ଭିନ୍ନ ପଥ

ଯେଉଁ ଠାରେ ଆମେ ଖାଲି

ଖୋଜୁ ଥିବା ପରସ୍ପରେ ସମ ଦୂରତ୍ଵରେ ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

7th October 2017.


Rate this content
Log in

Similar oriya poem from Romance