STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ସଲିଳ ସମାଧି

ସଲିଳ ସମାଧି

1 min
432


ମହାନଦୀ ବନ୍ୟା ଜଳ

ନ ଦିଶଇ ଧନ ସ୍ଥଳ କି କୂଳ 

ଧନ ମାଳିରେ, ଭୟଙ୍କର ରୂପ ଲାଗଇ ଡର, ଧନ ମାଳିରେ ।।

ହାତୀ ଛତି ଯିବ ବୁଡି

ସ୍ରୋତେ ସାପମୁଣ୍ଡ ଯିବକି ଛିଡି

ଧନ ମାଳିରେ, ପ୍ରଚଣ୍ଡ ତା ଘୋର ଘର୍ଘର ରଡି, ଧନ ମାଳିରେ ।।


କଟକ ମୁଣ୍ଡୁଳି ବନ୍ଧ

ବିପଦ ସଂକେତ କରେ ସତର୍କ

ଧନ ମାଳିରେ, ପଡିଲା ଏମିତି କିବା ଗରଜ, ଧନ ମାଳିରେ ।।

ଖବର ମିଳିଲା ଯାହା

ପାଣିରେ ହାତୀଟେ ପାଉନି ରହା, 

ଧନ ମାଳିରେ, ପାଣିରେ କିଏବା ହୋଇବ ସାହା,ଧନ ମାଳିରେ ।।


ଖବର ସଂଗ୍ରହ ପାଇଁ

ପାଣି ରେ ତୁ ପସିଗଲୁ ଧସେଇ

ଧନ ମାଳିରେ, ଭାଷା ନାହିଁ ମୁହେଁ କିଅବା କହି, ଧନ ମାଳିରେ ।।

ଓଡରାଫ ସଙ୍ଗେ ଯାଇ

ମହା ଖର ସ୍ରୋତ ନେଲା ଭସାଇ

ଧନ ମାଳିରେ, ଛନ୍ଦ ତୁ ରଚିଲୁ ରେ ମନ୍ଦବିହି, ଧନ ମାଳିରେ ।।


ବହୁଳ ଜଳ ଅସହ୍ୟ

ଶେଷେ ହତୋତ୍ସାହ ହୋଇଲା ଦେହ

ଧନ ମାଳିରେ, ହଜିଗଲା ଚାନ୍ଦ ଉଦିଆ ମୁହଁ, ଧନ ମାଳିରେ ।।

ଅରି ସହାରଣେ ତୁହି

ଅରିନ୍ଦମ ନାମ ଖଞ୍ଜିଲା ବିହି, 

ଧନ ମାଳିରେ, କର୍ତ୍ତବ୍ୟେ ପରାଣ ଦେଲୁ ମିଶାଇ, ଧନ ମାଳିରେ ।।


ଉଦୟମାନ ତାରକା 

ଓଡ଼ିଆ ଜାତିର ଜୟ ପତାକା

ଧନ ମାଳିରେ, “କୋଳ ଖାଲି” କାନ୍ଦେ କଳିଙ୍ଗ ମାତା, ଧନ ମାଳିରେ ।।

ଏପରି ବିପଦ ପଥ

ଅତିକ୍ରମ ପାଇଁ ବୃଥା ସାହସ

ଧନ ମାଳିରେ, ଭୟ ନୀୟତି କୃର ଅଟ୍ଟହାସ୍ୟ, ଧନ ମାଳିରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy