STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ସ୍କୁଲର ପ୍ରଥମ ଦିନ

ସ୍କୁଲର ପ୍ରଥମ ଦିନ

1 min
164

ମୋର ସ୍କୁଲର ପ୍ରଥମ ଦିନ

ମୁଁ ବିଲ୍କୁଲ୍ ମନେରଖିନି

ହେଲେ ମୋ ପିଲାଙ୍କ ସ୍କୁଲରେ

ପ୍ରଥମ ଦିନ ସ୍ମୣୣୣୣୣତି ଭୂଲିପାରୁନି ॥


ସାଢେ ତିନି ବରଷର ଝିଅଟି

କାନ୍ଦିନି କେବେ ସ୍କୁଲ ଯିବାକୁ

ଶିବାନୀ ନାମ ଯେ ଅଟେ ତାର

ତରବର ହୁଏ ଅନ୍ୟକୁ ବୁଝିବାକୁ॥


ସେ ଭାରୀ ସରଳିଆ ଆଉ ଜିଦ୍ ଖୋର

ସମସ୍ତଙ୍କୁ ସେ ଭଲ ପାଏ ଅଧିକ

ପିଲାଙ୍କୁ କାନ୍ଦିବା ଦେଖିଲେ କହୁଥାଏ

ତୋ ବାବା ଆସିଲେଣି ରହ ଟିକେ ॥


ଆଜି ବି ଲୋମ ଟାଙ୍କୁରି ଉଠୁଛି

ତଥାପି ସେ ସ୍ମୄୄୄୄୄତି ଖୂସି ଦେଉଛି

ଏମିତି ହସୁଥାଉ ଜୀବନ ସାରା

ପ୍ରଭୂଙ୍କୁ ନିତି ବିନତୀ କରୁଛି ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract