Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Classics Children

4  

Basanti Pattnaik

Classics Children

ସ୍କୁଲ ଜୀବନ ରୁ ପଦେ

ସ୍କୁଲ ଜୀବନ ରୁ ପଦେ

1 min
592


ବସି ବସି ଭାବୁଥିଲି ପିଲାଦିନର କଥା

ଝିଟିମିଟି ଖେଳ ଲୁଚକାଳି ମଜା ।


ଚଟାଣରେ ଗାର ଟାଣି ଚଟା ଖେଳୁଥିଲି

ଖେଳୁ ଖେଳୁ ରୁଷୁ ଥିଲି ଯଦି ହାରିଗଲି ।


ଖରା ଛୁଟି ସନ୍ଧ୍ୟା ବେଳ ଭଲ ଲାଗୁଥିଲା

ପରିକ୍ଷା ସରିଥିବାରୁ ଖୁସି ଲାଗୁଥିଲା ।


ଖରା ଛୁଟି ମଜା ଯେବେ ସରିଆସୁଥିଲା

ପରିକ୍ଷା ଫଳ ବୋଝ ଟା ମୁଣ୍ଡ ଘାରୁଥଲା ।


ଅଙ୍କ ଭଳି ପାଠଟିରେ ଦୁର୍ବଳ ଥିଲି

ସାହିତ୍ୟକୁ ମନଭରି ଭଲ ପାଉଥିଲି


ଇଂରାଜୀ ପାଠଟିକୁ ଭାରି ଡରୁଥିଲି

ଘୋଷା ବଳଦ ସାଜି ପାସ୍ ହେଉଥିଲି ।


ବିଜ୍ଞାନ ଇତିହାସକୁ ଭଲ ପାଉଥିଲି

ମଧ୍ୟମ ନମ୍ବର ରଖି ଖୁସି ହେଉଥିଲି ।


ଭଲ  ଛାତ୍ରୀ ଥିଲି ବୋଲି ଗଣତୀ ନଥିଲି

ସବୁ ପରିକ୍ଷାରେ କିନ୍ତୁ ଖସି ଯାଉଥିଲି ।


ଖେଳ କୁଦ ନାଚ ଗୀତରେ ଆଗରେ ଥିଲି

ସବୁ ଗୁରୁଙ୍କର ମୁଁ ଅତି ପ୍ରିୟ ଥିଲି ।


ଚନ୍ଦ୍ରମା ପରି ବଢି ମୁଁ ବାଲ୍ୟକାଳ ଅତିକ୍ରମ କଲି

ଯଉବନେ ପଦାର୍ପଣ କରି ଯୁବତୀ ପାଲଟିଲି ।


ସମୟର ବେଗରେ ଯୋଉବନକୁ ଅତିକ୍ରମ କଲି

ଆଜି ମୁଁ ଜୀବନର ମଧ୍ୟାହ୍ନରେ ପହଞ୍ଚି ସାରିଛି ।


ସଂସାରର ଜଞ୍ଜାଳକୁ ତୁଲାଇବାରେ ଲାଗି ପଡିଛି

ନିଜକୁ ଜଣେ ସଫଳ ନାରୀ ଋପେ ଗଢି ତୋଳିଛି

ମୋ ପାଇଁ ମୋ ଜନ୍ମ ଦାତାଙ୍କୁ ପ୍ରଣାମ କରୁଛି।



Rate this content
Log in