STORYMIRROR

Kalandi pal

Inspirational

3  

Kalandi pal

Inspirational

ସକଳ ତୀର୍ଥ ଅଛନ୍ତି ପୁରି

ସକଳ ତୀର୍ଥ ଅଛନ୍ତି ପୁରି

1 min
170


ଜୀବନରେ ଥରେ ଗଲେ

      ପୁଣ୍ୟ ଯାଏ ଭରି.

ମରଣ କାଳରେ ପାପ

      ନିଅଇ ଆଦରି.

ସେତ ଶ୍ରୀ କ୍ଷେତ୍ର ପୁରୀ

      ସେତ ମାୟା ନଗରୀ, l0l


ଲକ୍ଷେ ଶଳଗ୍ରାମ ଥାନ୍ତି

      ହୋଇ ସମିଶ୍ରଣ.

ତଥୀପରେ ବିଦ୍ୟମାନ

      ସ୍ୱୟଂ ନାରାୟଣ.

ଦଶ ଦିଗେ ଦଶ ପାଳ

      ରହିଛନ୍ତି ଘେରି.

କୋଟି ପୁଣ୍ୟ ତୀର୍ଥ ଯହିଁ

      ରହିଛନ୍ତି ପୁରି.

ସେତ ଶ୍ରୀକ୍ଷେତ୍ର ପୁରୀ........... l1l


ତେତିଷ କୋଟି ଦେବତା

       କରୁଥାନ୍ତି କେଳି.

ଯକ୍ଷ, ରାକ୍ଷସ, କିନ୍ନର

       ଯାନ୍ତି ଅପସରି.

ମାୟାର ଡୋରିରେ ନିଏ

       ଭକତେ ଘୋଷାରି.

ସେ ଡୋରି ଲାଗିଲେ ଭକ୍ତେ

       ଯାଏ ଭବୁ ତରି.

ସେତ ଶ୍ରୀ କ୍ଷେତ୍ର ପୁରୀ......,.,l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational