ସକଳ ଶକ୍ତିର ତୁ ଆଧାର
ସକଳ ଶକ୍ତିର ତୁ ଆଧାର
ସକଳ ଶକ୍ତିର ତୁ ଆଧାର
ତୁମ ଶକ୍ତିରେ ତ ସମସ୍ତେ ଶକ୍ତିଶାଳୀ
ତୁମେ ଏତେ ଅସହାୟ କାହିଁକି
ତୁମ ଦାନନେଇ ସଭିଏଁ ଏଠି ଦାନୀ
ତୁମେ ଏମିତି ନିଃସ୍ଵ କଣ ପାଇଁ
ତୁମ ତିଆରି ଖାଦ୍ୟ ଖାଇ ସଭିଙ୍କର ପେଟ ଭର୍ତ୍ତି
ତୁମେ ସବୁବେଳେ ଭୋକିଲା କାହିଁକି
ତୁମ ଓଠର ମଧୁର ଭାଷାକୁ ସମସ୍ତେ
ମାତୃଭାଷା ବୋଲି ଦାବି କରୁଥିଲେ ବି
ସମସ୍ତଙ୍କ ତୁଣ୍ଡରୁ ପ୍ରତି ମୂହୁର୍ତ୍ତରେ
ବିଷ ଉଦ୍ଗିରଣ ହେଉଛି କାହିଁକି
ନିଜେ ଉଲଗ୍ନ ହୋଇ ଆସି ମଧ୍ୟ
ତୋତେ ବାରମ୍ବାର ଉଲଗ୍ନ କରୁଛନ୍ତି କାହିଁକି
ତୁ ନୀରବ କାହିଁକି
ଉଚିତ ଜବାବ ଦେ
ତୋ ନୀରିହ, ଦୁର୍ବଳତାକୁ ହେୟ
ମନେ କରୁଥିବା ପଶୁ ମାନଙ୍କୁ
ଦେଖେଇ ଦେ ତୋ ଶକ୍ତିର ପ୍ରମାଣ
