STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସକଳ ଶକ୍ତିର ଆଧାର ହେ

ସକଳ ଶକ୍ତିର ଆଧାର ହେ

1 min
148

ସକଳ ଶକ୍ତିର ଆଧାର ହେ ସୂର୍ଯ୍ୟ

ନିଅ କୋଟି ନମସ୍କାର

ତୁମ ଯୋଗୁଁ ଏହି ସଂସାର ଚାଲିଛି

ତୁମେ ଏ ସଂସାରେ ସାର।


ପ୍ରତିଟି ଜୀବରେ ପ୍ରାଣର ସଞ୍ଚାର

ତୁମରି ପାଇଁ ସମ୍ଭବ

ତୁମ ବିନା କେହି ନ ପାରିବେ ତିଷ୍ଠି

ସବୁ ଅସାର ହୋଇବ।


ଆହେ ଛାୟାକାନ୍ତ ପ୍ରଭୁ ଦିନନାଥ

ଅଂଶୁମାଳୀ ଦିବାକର

ଅଂଶୁମାନ ରବି ତପନ ଭାସ୍କର

ତୁମେ ପରା ଦିନକର।


ତୁମ ଉଦୟରେ ହସଇ ଜଗତ

ହସେ ଚରାଚର ବିଶ୍ୱ

ତୁମ ବିନା ପ୍ରଭୁ ସବୁ ଅନ୍ଧକାର

ବିଶ୍ଵ ହୋଇଯିବ ନିଃସ୍ଵ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational