STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସକଳ ଅନ୍ତରେ

ସକଳ ଅନ୍ତରେ

1 min
213


ସକଳ ଅନ୍ତରେ  ଦେଖେ ତୁମ ଛବି 

     ଭୂମି ଠାରୁ ଅନ୍ତରୀକ୍ଷ 

ତଥାପି କାହିଁକି   ହିଂସ୍ର ହୁଏ ନର 

     କିଏ ନିଏ ତାଙ୍କ ପକ୍ଷ।

ଆଲୋକ ଯେଉଁଠି   ଅନ୍ଧାର ସେଇଠି 

      ପଙ୍କୁ ଜାତ ହୁଏ ପଦ୍ମ 

ହିଂସାର ଭିତରେ   ଶାନ୍ତି ଲୁଚି ଥାଏ 

      ତୁମ ଲୀଳା ତୁମ ଛଦ୍ମ।

ମାତୃ ଗର୍ଭେ ସଞ୍ଚି   ଗର୍ଭ ବେଦନାକୁ 

        ସଞ୍ଚାର ନୂଆ ସୃଷ୍ଟିକୁ 

କେଡେ ଅଦଭୂତ   ଲାଗଇ ବିଚିତ୍ର 

       ଭାଷା ନାହିଁ ବର୍ଣିବାକୁ।

ଗିରି ବଣ ଯେତେ  ରହିଛି ଜଗତେ 

       କରନ୍ତି ତୁମ ବନ୍ଦନା 

ସୂର୍ଯ୍ୟ ଚନ୍ଦ୍ର ତାରା  ଗ୍ରହ ଉପଗ୍ରହ 

        ଅସମ୍ଭବ ତୁମ ବିନା।

ପର ଉପକାରେ   ସବୁ ଯେ ପ୍ରେରିତ 

       ବୃକ୍ଷ ଲତା ପଶୁ ପକ୍ଷୀ 

କେବଳ ମନୁଷ୍ୟ   ଦାନବ ସାଜୁଛି 

       ଇତିହାସ ତାର ସାକ୍ଷୀ।

ଏତିକି ମାଗୁଣି   ହେ ବିଶ୍ଵ ବିହାରୀ 

       ବିଶ୍ଵ ହେଉ ଶାନ୍ତି ଧାମ 

ସ୍ନେହ ପ୍ରେମ ଶ୍ରଦ୍ଧା  ଅଜାଡ଼ି ଦିଅ ତ 

       ସର୍ବେ ଥାନ୍ତୁ ପ୍ରୀତି ପୂର୍ଣ୍ଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action