STORYMIRROR

Satyabati Swain

Romance

4  

Satyabati Swain

Romance

ସଖୀ

ସଖୀ

1 min
302

ସେ  

ଆନମନା କରେ ଖୁ

ଗୋଟେ ଅଧିର ଭାଵ

ମୋତେ ଜଗଡି ଧରେ

ଅସୁସ୍ଥ ଅସୁସ୍ଥ ଲାଗେ

ତା କଥା ଭାବିଲେ।

 

 ସେ ମୋ ପାଖରେ ନଥାଇ ବି

 ଥିବାର ପୁଲକ ଭରେ

 ତା ସହ ଏକାତ୍ମ ହୋଇଯାଏ

 କଳ୍ପନାରେ

 ଭାବନାରେ ଅନେକ ଥର

 ମୋ ଦେହ ଓ ମନ।


ମୋ ଭିତରେ ତାକୁ ନେଇ

ଟଣା ଓଟରା ଚାଲେ

ମୁଁ ଯେଉଁ ରାସ୍ତାରେ ଯାଉଛି

ଠିକ୍ ନା ଭୁଲ୍ ଭାବି ଭାବି 

କୌଣସି ସିଦ୍ଧାନ୍ତରେ 

ପହଞ୍ଚି ପାରିବା ସମ୍ଭବ ହୁଏନି

ଶେଷରେ ଜିତେ ତା ଆକର୍ଷଣ

ହାରେ ମୋ ବିବେକ।

 

ମନ,ମସ୍ତିଷ୍କ ଓ ହୃଦ

ତା ପାଇଁ ବାଟ ବଣା  

ସ୍ତ୍ରୀ ପାଖରେ ଥାଇ ବି

ମୁଁ ତାକୁ ସ୍ବପ୍ନ ଦେଖେ !

ସ୍ୱପ୍ନରେ କେବେ କେବେ 

ବିଲିବିଳେଇ ଡାକି ଦିଏ ସଖୀ......।


କ୍ଷମା ମୋ ମିସେସ୍ 

ହଲେଇ ଦେଇ କୁହେ

କଣ ମ ଏତେ ସଖୀ ସଖୀ ହେଉଛ?

ଏ ସଖୀଟି କିଏ କି?


ଦାନ୍ତ ନେଫେଡେଇ 

ମୋ ଦୁର୍ବଳତା ଲୁଚେଇବାକୁ ଯାଇ କୁହେ

କିଏ ଆଉ ହେବ

ତୁମେ ତ ମୋ ସଖୀ।



Rate this content
Log in

Similar oriya poem from Romance