Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Abstract

4  

Jyotirmoyee Mohanty

Abstract

ସଖା-୯

ସଖା-୯

1 min
168


କେଉଁ ଅୟୁତ ଯୁଗରୁ 

ତୋ ସହ ମୋ ସମ୍ପର୍କ କେଜାଣି 

କିଏ ଜାଣୁ ବା ନଜାଣୁ  

କିଏ ବୁଝୁ ବା ନବୁଝୁ 

ମୁଁ ଏକା ଜାଣେ ଆଉ ଜାଣୁ ତୁ ବି l


ଯେବେ ଯେବେ ମୁଁ ତୋତେ

ଦେଖିବାକୁ ଯାଏ 

ତୋ ମଥାରୁ ଫୁଲଟିଏ ଝରାଇ 

ଟିକେ ମୁରୁକି ହସି 

ମୋତେ କରୁ ଆପ୍ୟାୟୀତ 

ତୁ ମୋତେ କହୁନା କିଛି 

ମୁଁ ତୋତେ ମାଗେନା କେବେ l


ମୁଁ ଯଦି କେବେ ମୁହଁ ଶୁଖାଇ ବସେ 

ତୋ ମୁହଁରେ ଦେଖେ ଦୁଃଖର ଛାପ 

କିଏ ଜାଣୁ ବା ନଜାଣୁ 

କିଏ ବୁଝୁ ବା ନବୁଝୁ 

ମୁଁ ଏକା ଜାଣେ ଆଉ ଜାଣୁ ତୁ ବି l


ମୋ ସୁଖରେ ହେଉ କି ଦୁଃଖରେ 

ମୋ ପାପରେ ହେଉ କି ପୁଣ୍ୟରେ 

ତୁ ଏକା ମୋର ସାକ୍ଷୀ ଗୋପାଳ 

କିଏ ଜାଣୁ ବା ନଜାଣୁ 

କିଏ ଶୁଣୁ ବା ନଶୁଣୁ 

ମୁଁ ଏକା ଜାଣେ ଆଉ ଜାଣୁ ତୁ ବି l


Rate this content
Log in

Similar oriya poem from Abstract