ନାରୀର ଅନ୍ତଃସ୍ୱର
ନାରୀର ଅନ୍ତଃସ୍ୱର
ଟିକେ ଅତୀତ କୁ ଅଣ୍ଡାଳିବା
ନାରୀ ର ମନ ତଳ ଦହନ ବୁଝିବା ପାଇଁ।
ପ୍ରେମକୁ ଯଦି ବଣ୍ଟlଯାଏ ନାହିଁ
ତା ପ୍ରେମକୁ କାହିଁକି
ସମ୍ପତ୍ତି ଭଳି ବଣ୍ଟାଗଲା
ପାଞ୍ଚ ଭାଇ ଭିତରେ ।
ତଥାପି ସେ ହାରି ଯାଇନାହଁlନ୍ତି ...।
ତଥାପି ତାଙ୍କ ଅନାବିଳ
ପ୍ରୀତି ର ଦାନ ମୂଲ୍ୟ କିଛି ନାହିଁ
କାହିଁକି ତାଙ୍କୁ ବାଜି ଗଲାଯାଏ
ପଶା ଖେଳରେ .....।
ଯଜ୍ଞରୁ ଜାତ ନାରୀର
ଜୀବନରେ ଯଦି ଏତେ ଦୁର୍ଦ୍ଦଶା
ଏଠି ସାଧାରଣ ନାରୀ କଥା
କିଏ ପଚାରେ........।
ଜନ୍ମରୁ ମୃତ୍ୟୁଯାଏଁ
ଅନ୍ୟର ଦୋଷକୁ
ନିଜ ମୁଣ୍ଡ ଉପରେ ଲଦି ବାଟ ଚାଲୁଥାଏ।
ନାରୀ ସୃଷ୍ଟିକାରିଣୀ ତଥାପି
ନାରୀକୁ ଆମେ ହତାଦର କରୁ।
ଦେବୀ ସୀତାମଧ୍ୟ ନିର୍ଭୟ ଆଶ୍ରୟସ୍ଥଳୀ
ପାଇ ପାରି ନାହଁlନ୍ତି ........।
ପରିଶେଷରେ ସେ ଧରିଣୀମା
ଗର୍ଭରେ ଶାନ୍ତିରେ ନେଇଛନ୍ତି ଆଶ୍ରୟ।
ନାରୀ ଉପରେ ନାନା କଷଣ
ମିଛରେ ଖାଲି କହୁ
ନାରୀ ମନସ୍ବିନୀ
ଯଶସ୍ୱିନୀ
ଶକ୍ତିପ୍ରଦlୟିନୀ
ଶାନ୍ତି ପ୍ରଦାୟିନୀ ।
ଆଜିର ନାରୀ ମଧ୍ୟ
ଏଇ ଗତାନୁଗତିକ ଧାରାରୁ
ବାଦ ପାଇପାରିନି।
ଯଦିଓ ପୁରୁଷ ସହ
ସମକକ୍ଷ ହୋଇ ସେ
ହୋଇପାରିଛି ଡାକ୍ତର, ଇଞ୍ଜିନିୟର
ପୋଲିସ
ହେଲେ ଆଜି ବି ତା ଭାଗ୍ୟ ମୁହଁରେ
ପଥର ପଡିଛି ।
ଇତିଶ୍ରୀ ନିର୍ଭୟା ପରି ନାରୀମାନଙ୍କ
କରୁଣ କାହାଣୀ
କାହାଣୀ ଆମ ପ୍ରକୃତ ପରିବର୍ତ୍ତନ
କଥା କହୁଛି ଯୁଗ ଯେତେ ବଦଳିଲେ
ନାରୀ ପ୍ରତି ଆମ ଚିନ୍ତା ଚେତନା ବଦଳେନା
ନାରୀ ର ଟିକେ ମମତାର ବନ୍ଧନ ଖୋଜେ
ଟିକେ ବିଶ୍ୱାସ ର ଶାଖା
ନାରୀ ର ଅନ୍ତଃ ସ୍ୱର ।
