STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପଖାଳ ଦିବସ

ପଖାଳ ଦିବସ

1 min
241


କେତେଯେ ଆନନ୍ଦ ପଖାଳ ଭୋଜନ

   ଜନନୀ କରେ ନିର୍ମିତ

ଦିଏ ଟି ଯନ୍ତ୍ରଣା ଚୈତ୍ରମାସ ଖରା

   ପ୍ରଚଣ୍ଡ ସୂର୍ଯ୍ୟ ତାପ

    ପଖାଳ ପଖାଳ

 ପରା ପଖାଳ ଅତି ଆଦର

ଯହୁଁ ଖାଦ୍ୟପେୟ ଅଟେ ଆମର

  ଭୋଜନ ଆମ ପଖାଳ।

ଓଡ଼ିଆଙ୍କ ଭୂମି ବିଚ୍ଛିନ୍ନାଞ୍ଚଳରେ

  ପ୍ରମୁଖ ଖାଦ୍ୟ ପଖାଳ

ଶୁଭକାମନାଟି ପଖାଳ ଦିବସେ 

  ଭାଇ ଓ ବନ୍ଧୁ ସକଳ

    ପାଳିତ ଦିବସ

  ଭୋଜନ ଆଜି ଯହୁଁ ପଖାଳ

 ଅତି ହିଁ ସ୍ବାଦିଷ୍ଟ ଭଜାର ସଙ୍ଗରେ

   ଘରରେ ଆମ୍ଭ ପଖାଳ।

ଦହି ସରସର ପଖାଳରେ ଯେବେ

  ଭଲ ଲାଗେ ଅତି ମୋତେ

ଚିଙ୍ଗୁଡି ଶୁଖୁଆ ପଖାଳ ସଙ୍ଗରେ

   ତୃପ୍ତି କରି ଦିଏ କେତେ

    ମାଂସ ଭଜା ସଙ୍ଗେ

  କେତେ ଆନନ୍ଦ ଦିଏ ପଖାଳ

ଭାଷା ପାଉ ନାହିଁ କିପରି ବର୍ଣ୍ଣିବି

  ଖାଦ୍ୟପେୟ ଏ ପଖାଳ।

ଜନନୀ ହାତର ସଜ ପଖାଳରେ

   ରୁଚିକର ଅତି ଲାଗେ

ଅଛନ୍ତି ବିଶ୍ବରେ କେତେ ଯେ ଓଡ଼ିଆ

   ଖାଦ୍ୟ ଓଡ଼ିଆଙ୍କ ଜଗେ

    ପଖାଳ ଦିବସ

  କହିହେବାକୁ ହେବ ଅବଶ୍ୟ

ଭ୍ରାନ୍ତି ନାହିଁ କିଛି ଗର୍ବରେ କହିବା

   ବିଶ୍ବ ପଖାଳ ଦିବସ।

ପାଳିତ ଆମ୍ଭର ବିଚ୍ଛିନ୍ନାଞ୍ଚଳରେ

   ପର୍ବ ଓ ପର୍ବାଣୀ ପରି

ଖୁସି ଓ ଆନନ୍ଦ ଦିନଟି ଆଜରେ

   ଯୋଡି ଦିଏ ଏକ କରି

     ଏକତ୍ରିତ କରେ

  ପ୍ରେମ ଶ୍ରଦ୍ଧାକୁ ସଙ୍ଗରେ ଧରେ

ମନ ତୃପ୍ତି ହୁଏ ପଖାଳ ଖାଇଲେ

  ଖାଦ୍ୟ ଅଟେ ପଖାଳରେ।

କୋଡ଼ିଏ ମାର୍ଚ୍ଚଟି ପଖାଳ ଦିବସ

   ବିଶ୍ବସାରା ଗୁଞ୍ଜୁଅଛି

ଗର୍ବିତ କରୁଛି ଓଡ଼ିଆଜନଙ୍କୁ

   ଖୁସିଟି ପରା ଲାଗୁଛି

    ଖାଦ୍ୟପେୟ ଆମ

   ସଜ ପଖାଳ ଅତି ଆଦର

ବ୍ରହ୍ମାଣ୍ଡେ ଶୁଭୁଛି ଯାହାର ମହତ୍ତ୍ଵ

   ପ୍ରୀତିଟି ଗୁଞ୍ଜେ ତାହାର।

   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract