STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶୀର୍ଷକ *ପତ୍ନୀ କର୍ତ୍ତବ୍ୟ*

ଶୀର୍ଷକ *ପତ୍ନୀ କର୍ତ୍ତବ୍ୟ*

1 min
301


ବ୍ରହ୍ମାଣ୍ଡ ଠାକୁର ଭିଆଣ କଲେଟି

   ପତିପତ୍ନୀ ଦୁଇ ଜଣ

ମନୁଷ୍ୟ ସମାଜ ପାଇଁପରାଭାଇ

   ପତ୍ନୀ କର୍ତ୍ତବ୍ୟେ ନିପୁଣ

     ଶକ୍ତରୂପ ପୁଣ

  ଭକ୍ତି ପ୍ରୀତି ତାର ଅନୁକ୍ଷଣ

ଶାଶୁ ଓ ଶଶୁରେ ଶକ୍ତି ନିରନ୍ତର

  ସେବାରେ ପତ୍ନୀ ଗୁଣ।।


ଗୃହ କାର୍ଯ୍ୟ କରେ ସକାଳୁ ଉଠିଣ

   କରେ ସ୍ନାନାଦି କରମ

ପତି ପାଦ ଧୋଇ ଜଳକୁ ଗ୍ରହଣ

   ପତ୍ନୀର ଶ୍ରେଷ୍ଠ ଧରମ

     ପତିବ୍ରତା କରେ

  କାଳିଆ ଭକ୍ତି କରେ ପ୍ରେମରେ

ଦିଏ ଜାଳିଧୂପ *ଚଉଁରା* ମୂଳରେ

  ଶକ୍ତିରୂପାହେ ପତ୍ନୀରେ।।


ଦୟାଳୁ ଭଦ୍ରତା *ଗୁଣରେ* ଜଡ଼ିତ

  ଥାଏରେ ପତ୍ନୀ ଆଦର୍ଶ 

ହିଂସା ଓ କପଟ ନରଖେ କାହାର

   ଗୃହର ହୁଏ ବିକାଶ

    ଲକ୍ଷ୍ମୀପୃର୍ଣ୍ଣ ଗୃହ

  ଦେବତା ତହିଁ ହୁଅନ୍ତି ଠାବ

ରାଷ୍ଟ୍ରର ନିର୍ମାଣ ପତ୍ନୀର କାମନା

  ତହିଁ ନିସ୍ବାର୍ଥାର ଭାବ।।


ଥାଏ ଧର୍ମ ପ୍ରତି ପ୍ରେମ ଶ୍ରଦ୍ଧା ଭାବ

   ମନ୍ତ୍ର ସମଭାବ ଥାଏ 

ଅତିଥି ସତ୍କାର କରେ କର୍ତ୍ତବ୍ୟରେ

  କର୍ମରେ ନିପୁଣ ହୁଏ

    ଜନନୀ ସେ ହୁଏ

  ସତୀ ନାରୀର ଶିକ୍ଷାକୁ ଦିଏ 

ଧର୍ମ *ସନାତନ* ଆଗକୁ କରିଣ

  ପତ୍ନୀର ସଂସ୍କୃତି ଗାଏ।।


କରି ପାରେ ପତ୍ନୀ ସବୁରେ ସମ୍ଭବ

   ସତୀ ଅନୁସୂୟା ପରି

ବ୍ରହ୍ମାଣ୍ଡ ଠାକୁରେ କଲାସେ ବାଳକ

   ଭାରତ ସତୀର ପୁରୀ

   ଯେଉଁ ଠାରେ ହୁଏ

 ନାରୀସମ୍ମାନ ଆଉଆଦର 

ଲକ୍ଷ୍ମୀପୃର୍ଣ୍ଣ ଗୃହ ବାସ ଦେବତାଙ୍କ

   ସୁଖମୟ ପରିବାର।।୫।।


ନାରୀ ଶକ୍ତିରୂପା *ଲକ୍ଷ୍ମୀବାଇ* ପରି

  ଗୃହେ ଲକ୍ଷ୍ମୀ ଠାକୁରାଣୀ,

ସର୍ବୋଚ୍ଚ ପଦରେ ଦ୍ରୌପଦୀ ମୁର୍ମୁରେ

  ଦେଶେ ରାଷ୍ଟ୍ରପତି ପୁଣି

    ଅମୃତ ଏ କାଳ

  କରେ ଗର୍ବିତ ବଳ ନାରୀଙ୍କ 

ଲେଖୁଛି ଭାରତ *ନୂଆ ଇତିହାସ* 

   ସମ୍ମାନ ଦେଶେ ପ୍ରବଳ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract