Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Abstract

4  

Jyotirmoyee Mohanty

Abstract

ସଖା-୮

ସଖା-୮

1 min
175


ଯେତେଥର ଜନ୍ମୁଥିବ 

ଗୋଟେ ନୂତନ ସକାଳ 

ସେ ସକାଳ ଆଣୁଥିବ

ନୂଆ ନୂଆ ବାର୍ତ୍ତାର ଚିଟାଉ 

ଉଦୟସ୍ଥ ସୂର୍ଯ୍ୟ ଥିବ 

ସେ ଚିଟାଉ ମୋହର l


ସେଇମିତି ମରୁଥିବି ଯେତେଥର 

ନୁଆଁ ଦେହ ବହି ଜନ୍ମୁ ଥିବି ବାରମ୍ବାର

ଏ ଆତ୍ମାର ଵିଲୀନ ହେବା ଯାଏଁ 

ତୁମରି ଭିତରେ l


ଏ ଦେହ ଦେଉଳି ସିନା 

ଜରା-ଜନ୍ମ, ରୋଗ -ମୃତ୍ୟୁର ସମ୍ଭାର, 

ତୁମେ କିନ୍ତୁ ଚିରନ୍ତନ,  

ଅକ୍ଷୟ, ଅଜର, ଅମର 

ମୋ ପ୍ରିୟ ପ୍ରବୀର l



Rate this content
Log in

Similar oriya poem from Abstract