STORYMIRROR

Jyotirmoyee Mohanty

Abstract

4  

Jyotirmoyee Mohanty

Abstract

ସଖା-୭

ସଖା-୭

1 min
216

ଦୁଃଖି ମୁଁ ନୁହେଁ ମୋ ଦୁଃଖରେ 

କି ସୁଖୀ ନୁହେଁ ମୋ ସୁଖରେ 

କଣ ବା ଅଛି ମୋର 

ସୁଖ ଦୁଃଖ ମୋହ ମାୟା ଭରା ଏ ସଂସାରେ 

ସଖା ମୋର, ମୁଯେ ଗୋଟା ପଣେ ତୁମର l


କାହାକୁ ବା ଡରିବି 

ଜରା -ରୋଗ -ବ୍ୟାଧିକୁ 

ଯାହା ଅସ୍ତିତ୍ବ ହୀନ ଏ ଜୀବନରେ, 

ଜୀବନ ନୌକା ଭାସୁଛି 

ସଂସାର ବୈତରଣୀରେ 

ଆସୁ ଯେତେ ଝଡ -ଝଞ୍ଜା, ଉତ୍ଥାନ- ପତନ

ଏ ସବୁ ସମୟର ଖେଳ 

ମୋତେ କି ବା ଡର, ସଖା ମୋର 

ମୁଁ ଯେତେବେଳେ ମୋର ନୁହେଁ l


ଏତିକି ଜାଣିଛି 

ଜୀବନ ତରୀ ମୋ ଦିନେ ନିଶ୍ଚୟ ଲାଗିବ 

ସଖା ମୋର ତୁମ ବେଳାଭୂମି ପାଖେ l


Rate this content
Log in

Similar oriya poem from Abstract