STORYMIRROR

Jyotirmoyee Mohanty

Abstract

4  

Jyotirmoyee Mohanty

Abstract

ସଖା-୬

ସଖା-୬

1 min
164


ହାତେ ମୋ ଅବିର ନେଇ 

ବସିଛିରେ ତୋତେ ଚାହିଁ 

କେତେବେଳେ ଆସିବୁ ତୁ 

ଉଛୁର ହେଲାଣି ବେଳ 

ତୋ ପଥକୁ ଚାହିଁ ଚାହିଁ l


ବାନ୍ଧି ତୁ ରଖିଛୁ ମୋତେ

ପ୍ରତିଶୃତି କେତେ ଦେଇ 

ତପନ ଗଲାଣି ଚାଲି 

ଦୂର ଦିଗବଳୟ ସେପାରେ  

ସାୟାହ୍ନ ଆସିଗଲାଣି ଏ ଜୀବନରେ 

ତୋ ପଥ କୁ ଚାହିଁ ଚାହିଁ l


କେତେ କାଳ ଆଉ ପ୍ରତୀକ୍ଷା କରିବି କହ 

ସଖା ମୋର, ଏଇ ଧୁନ୍ଦୁଳା ଆଖିରେ 

ଋଖା ଶୁଖା ରୋଗୀଣା ଦେହରେ

ଥରଟିଏ ମାତ୍ର ଆ 

ତୋତେ ମୁଁ ରାଂଗାଇଦେବି 

ଆଜି ଅବିରରେ l


ସଖା ମୋର, 

ହାତେ ମୋ ଅବିର ନେଇ 

ବସିଛିରେ ବାଟ ଚାହିଁ,

ବସିଛିରେ ବାଟ ଚାହିଁ l



Rate this content
Log in

Similar oriya poem from Abstract