STORYMIRROR

Snigdha Nayak

Thriller

3  

Snigdha Nayak

Thriller

ସଖା -୨ (କୃଷ୍ଣ ନା କର୍ଣ୍ଣ)

ସଖା -୨ (କୃଷ୍ଣ ନା କର୍ଣ୍ଣ)

1 min
148

କୁହ ସଖା କିଏ ତୁମେ ?

କୃଷ୍ଣ ନା କର୍ଣ୍ଣ

ଯଦି ତୁମେ କୃଷ୍ଣ

ହେଲେ ସଖା ମୁଁ କି ଦୌପଦୀ?

ହେଇପାରେ ଦୌପଦୀ, ହେଲେ ପାଞ୍ଚାଳୀ ନୁହଁ

କୁରୁସଭାରେ ଚୀରହରଣର

ସେ ଅସହାୟ ଦୌପଦୀ ନୁହଁ

ଭିକ୍ଷୁକ ହୋଇ ସମ୍ମାନ ପାଇଁ

ଆଉ ନତମସ୍ତକ ନୁହଁ ।


ପାଇଛି ତୁମଠୁ ସଖା ଅସରନ୍ତି ଶକ୍ତି

ସହସ୍ର ହସ୍ତ ଆଉ ଅଜସ୍ର ଅସ୍ତ୍ର ଘଣ୍ଡି

ଅସମର୍ଥ ସବୁ ବିନାଶକାରୀ

ଯାଉନି ତୁମ ଦ୍ରୌପଦୀ ଆଉ ହାରି

ହେ ସଖା

ଅପର୍ଯ୍ୟାପ୍ତ କଳାକୌଶଳ

ଆଉ ସାହସରେ ପରିପୂର୍ଣ୍ଣତା କରି

ସମସ୍ତ  ଚକ୍ରବ୍ୟୁହକୁ ଭେଦି

ସର୍ବସ୍ବ ଗୁଣ ର ମୁଁ ଆଜି ଅଧିକାରୀ ।


କର୍ଣ୍ଣ--

ତୁମେ କି କର୍ଣ୍ଣ?

ଯଦି ତୁମେ କର୍ଣ୍ଣ

ହେଲେ ସଖା ମୁଁ କି ଦୁର୍ଯ୍ୟୋଧନ

ମୋ ପାଇଁ ଦେବ ତୁମେ ଆହୁତି

ଆଉ ମୁଁ ବୀରତ୍ବର ସାବାସୀ ନେଉଥିବି

ନା ସଖା

ଲୋଡ଼ା ନାହିଁ କର୍ଣ୍ଣ-ଦୁର୍ଯ୍ୟୋଧନର ସଖାତ୍ଵ

କି ଲୋଡ଼ା ନାହିଁ ଏଭଳି ଭାତୃତ୍ଵ

ହୋଇ ରାଜା ବି ହରେଇ ତୁମକୁ ମୁଁ ଯେ ରଙ୍କ

ଲୋଡ଼ା ନାହିଁ ଲୋଡ଼ା ନାହିଁ

ଇତିହାସ ର କଟାକ୍ଷ ।


ସଖାତ୍ୱ ମାନେ କି ଜଣେ ଭିକ୍ଷୁକ ଅନ୍ୟକ ଦାତା

କୃଷ୍ଣ ହୋଇ ବି ତୁମେ ଦାତା

କର୍ଣ୍ଣ ହୋଇ ବି ତୁମେ ଦାତା

ଲୋଡାନାହିଁ ମୋର ଏ ଭଳି ସଖତ୍ବ

ଲୋଡେନାହିଁ ଏଭଳି ଦୁର୍ଯ୍ୟୋଧନ ହେବାର ବୀରତ୍ବ

ନା ଅସହାୟ ଦୌପଦୀର ବିବଷତ୍ବ

ଲୋଡ଼ା ନାହିଁଲୋଡ଼ା ନାହିଁଏଭଳି ସଖାତ୍ୱ ।


ଖୋଜେ ସଖା ଇତିହାସ ଅନେକ ପ୍ରଶ୍ନର ଉତ୍ତର

ଜାଣି କି ପାରେ ସଖା

ସଖା ଆଉ ସଖତ୍ବର ସଂଜ୍ଞା

କାହିଁ ସଖତ୍ୱରେ ବି ଏ ଅବଜ୍ଞା

ସଖତ୍ଵ ସତ୍ୱେ ଦୌପଦୀରୁ ପାଂଚାଲିର ପଥ?

ପାଇ କୁଣ୍ଡଳ, କବଚ ବି ହୁଏ କର୍ଣ୍ଣର ବଧ

ଏ କି ଲୀଳା ? ନାସ୍ବାର୍ଥର ଭିନ୍ନ ପରିପଥ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller