ସକାଳୁ ଉଠିଛି ଫୁଲ ମୁଁ ତୋଳିଛି
ସକାଳୁ ଉଠିଛି ଫୁଲ ମୁଁ ତୋଳିଛି
ସକାଳୁ ଉଠିଛି ଫୁଲ ମୁଁ ତୋଳିଛି
ଜଗବନ୍ଧୁ ତୁମ ପାଇଁ
ଜୁଇ, ଯାଇ, ହେନା, ଟଗର, ମଲିକା
ଗୁନ୍ଥି ଦେଇ ପାରୁନାହିଁ
ପ୍ରଭୁ, ତୁମେ ପାଶେ ପାଶେ ଥାଇ ।
ଗୁନ୍ଥିଛି ସରାଗେ ତୁଳସୀର ହାର
ଭକତି ବାସନା ଦେଇ
ଘୋରିଛି ଚନ୍ଦନ କର୍ପୁର ମିଶାଇ
ସୁବାସିତ ଜଳ ଦେଇ
ଗଳାରେ ତୁଳସୀ ଶ୍ରୀ ଅଙ୍ଗେ ଚନ୍ଦନ
ଦେବାକୁ ବସିଛି ଚାହିଁ ।
ଯାଇ ପାରୁନାହିଁ ଦେଖି ପାରୁନାହିଁ
ବାସ ସବୁ ବାସି ହେଉଛି
ମନରେ ବିଶ୍ୱାସ ଚିତ୍ତରେ ଉଲ୍ଲାସ
ତଵ ପାଦ ତଳେ ରଖିଛି
କରୁଣା ଟିକିଏ ଏ ଦିନ ଦରିଦ୍ରେ
ଆଉ ଉଣା କର ନାହିଁ ।
