STORYMIRROR

Bijoy Jena

Inspirational Others Children

3  

Bijoy Jena

Inspirational Others Children

ସକାଳର ଜଣାଣ

ସକାଳର ଜଣାଣ

1 min
351


 

ତୁମେ ଦୟାବନ୍ତ କଳା ଠାକୁର

ମୋତେ ଦେଇଛ ସୁନ୍ଦର ଶରୀର!

ସଦା ଦେଖିବି ତୋ ରୂପ ନୟନେ

ତୁମ ମହିମା ଶୁଣିବି ଶ୍ରବଣେ!

ସଞ୍ଜ ସକାଳେ କରିବି ପ୍ରାର୍ଥନା

ଦିଅ ସଦବୁଦ୍ଧି ଦିବ୍ୟ ଭାବନା!

ବାହ୍ୟ ପ୍ରକୃତି ଦେଖିବ ନୟନ

ନଦୀ ପାହାଡ଼ ପର୍ବତ ଗଗନ!

ସୂର୍ଯ୍ୟ ଚନ୍ଦ୍ରମା ତାରକା ସକଳ

ସର୍ବେ ସାଧନ୍ତି ସଂସାର ମଙ୍ଗଳ!

ସୁଖ ଦୁଃଖ ପ୍ରଭୁ ତୁମରି ଦାନ 

ସହିବାକୁ ଶକ୍ତି କର ପ୍ରଦାନ।

ସତ କହିବାକୁ ଦିଅ ଆଶିଷ

ଦୁଖୀ ରଙ୍କି ସେବା ମନ ନିବେଶ!

ପର ଅପକାର ଚିନ୍ତା ନ ଆସୁ

ତୁମ ରୂପ ସଦା ହୃଦୟେ ଭାସୁ!

ପିତାମାତା ଗୁରୁ ସଦା ସେବିବି

ତାଙ୍କ ଉପଦେଶ ମାନି ଚଳିବି!

ଏଇ ସଦବୁଦ୍ଧି ଦିଅ ମୋ ମନେ 

ସବୁ ସମର୍ପି ଦେଇଛି ଚରଣେ।

ଧନ୍ୟ ମହାବାହୁ କର କରୁଣା

ତୁମେ ଅଛ ବୋଲି ମନ ନ ହୁଏ ଉଣା।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational