STORYMIRROR

Bijoy Jena

Abstract Inspirational Others

4  

Bijoy Jena

Abstract Inspirational Others

ସକାଳର ଜଣାଣ

ସକାଳର ଜଣାଣ

1 min
676


 

ଦେବୀ ଆଦ୍ୟାଶକ୍ତି   ସନ୍ତୁଷ୍ଟ ହୁଅନ୍ତି

    ମନୋହର ପୁଷ୍ପେ ଅତି

ପାର୍ବଣ ସମୟେ   ନବରାତ୍ର କାଳେ

     ପୁଷ୍ପ ଭେଟିରେ ଭକତି।

ଲାଲମନ୍ଦାରର  ମାଳେ ଶୋଭା ପାଏ

    ଦେବୀ ଦୁର୍ଗା ମାତା କଣ୍ଠ

ଦେବୀଙ୍କ ପଞ୍ଚମ    ରୂପ ସ୍କନ୍ଦମାତା

   ଅପରାଜିତାରେ ତୁଷ୍ଟ

ପଦ୍ମଫୁଲେ ଦେବୀ ଚନ୍ଦ୍ର ଘଣ୍ଟା ମାତା

    ହୁଅନ୍ତି ସଦା ପ୍ରସନ୍ନ

ଭକତ ଆରତ ଘେନା ହୋଇଥାନ୍ତି

   ଦୁଃଖ କରନ୍ତି ହରଣ।

ମାଆ ଦୁର୍ଗାଙ୍କର  ଚତୁର୍ଥ ସ୍ବରୂପ

   ଦେବୀ କୁଷ୍ମାଣ୍ଡାଙ୍କୁ ଚମ୍ପା

ଫୁଲମାଳା ଦେଇ ସନ୍ତୁଷ୍ଟ କରିଲେ

   ବିପଦ ହୁଅଇ ରମ୍ପା।

ମହିଷା ମର୍ଦ୍ଦିନୀ ଦୁର୍ଗା ମାଆଙ୍କର

   କାଳରାତ୍ରି ରୁପଭିତ

ସପତମ ରୁପ  କଥିତ ହୁଅଇ

  ରାଧା ତମାଳରେ ପ୍ରିତ।

ନବରାତ୍ରି କାଳ  ଅଷ୍ଟମୀ ଦିନରେ

  ମହା ଗଉରୀ ରୁପେ ଦୃଶ୍ୟ

ମଲୀଫୁଲ ମାଳ  ପ୍ରଦାନରେ ଦେବୀ

   ବଦନେ ଫୁଟାଏ ହାସ୍ଯ।

ଗେଣ୍ଡୁଫୁଲେ ମାଆ କାତ୍ଯାୟନୀ ଦେବୀ

    ଭକ୍ତେ ଢାଳନ୍ତି ଆଶିଷ

ମନେରଖ ସର୍ବେ ବଳି ଭୋଜ୍ଯ ନୁହେଁ

   ପୁଷ୍ପେ ମାଆ ହସହସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract