STORYMIRROR

Bijoy Jena

Inspirational Others

4  

Bijoy Jena

Inspirational Others

ସକାଳର ଜଣାଣ

ସକାଳର ଜଣାଣ

1 min
266


ନୀଳାଚଳ ହରି   ନୀଳ କନ୍ଦରରେ

     କରୁଛ ସଦା ବିହାର

ଯାହା ମୁଁ ମାଗିଛି    ସବୁତ ପାଇଛି

    ଅଭାବ ନାହିଁତ ମୋର।

ଦେଖିବାକୁ ନାଥ  ଚକ୍ଷୁ ଦେଇଅଛ

    ଦେଖେ ମୁହିଁ ନିରନ୍ତର

ମୋ ହାତରେ ତୁମେ ଲେଖନୀ ଦେଇଛ

    ତୁମ ଭଜନେ ଆଦର।

ଗାଇବାକୁ ଏକ   କଣ୍ଠ ଦେଇଅଛ

     ଦେଇଛ ମଧୁର ସ୍ୱର

ଜଣାଣ ଭଜନ  ନାମ ସଂକୀର୍ତ୍ତନ

    ଜୀଵନ ହୋଇଛି ସାର।

ଆନନ୍ଦ ବଜାର  ଶ୍ରୀମହାପ୍ରସାଦ

   ଚାଖିଦେଲେ ପେଟ ପୂରେ

ଦୀପଟିଏ ଜାଳି  ନାମ ଜପଇ ମୁଁ

  ଆସ ମୋ ହୃଦବେଦୀରେ।

ଷୋହଳ କଳାରେ ବିରାଜିତ ହୋଇ

   ଲୀଳା ତୋ କଳାଠାକୁର

ଆଉ କିଛି ମୋର ଲୋଡାନାହିଁ ପ୍ରଭୁ

      କରିନିଅ ହେ ନିଜର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational