ସକାଳର ଜଣାଣ
ସକାଳର ଜଣାଣ
ନୀଳାଚଳ ହରି ନୀଳ କନ୍ଦରରେ
କରୁଛ ସଦା ବିହାର
ଯାହା ମୁଁ ମାଗିଛି ସବୁତ ପାଇଛି
ଅଭାବ ନାହିଁତ ମୋର।
ଦେଖିବାକୁ ନାଥ ଚକ୍ଷୁ ଦେଇଅଛ
ଦେଖେ ମୁହିଁ ନିରନ୍ତର
ମୋ ହାତରେ ତୁମେ ଲେଖନୀ ଦେଇଛ
ତୁମ ଭଜନେ ଆଦର।
ଗାଇବାକୁ ଏକ କଣ୍ଠ ଦେଇଅଛ
ଦେଇଛ ମଧୁର ସ୍ୱର
ଜଣାଣ ଭଜନ ନାମ ସଂକୀର୍ତ୍ତନ
ଜୀଵନ ହୋଇଛି ସାର।
ଆନନ୍ଦ ବଜାର ଶ୍ରୀମହାପ୍ରସାଦ
ଚାଖିଦେଲେ ପେଟ ପୂରେ
ଦୀପଟିଏ ଜାଳି ନାମ ଜପଇ ମୁଁ
ଆସ ମୋ ହୃଦବେଦୀରେ।
ଷୋହଳ କଳାରେ ବିରାଜିତ ହୋଇ
ଲୀଳା ତୋ କଳାଠାକୁର
ଆଉ କିଛି ମୋର ଲୋଡାନାହିଁ ପ୍ରଭୁ
କରିନିଅ ହେ ନିଜର।
