Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ସକାଳ ସଞ୍ଜରେ ଡାକୁଛି ତୁମକୁ

ସକାଳ ସଞ୍ଜରେ ଡାକୁଛି ତୁମକୁ

1 min
322



ମାଆ ମାଆ ବୋଲି   ପୁକାରେ ଜଗତ

     ମାଆ ଗୋ ଅମୃତମୟୀ

ସାହା ହୁଅ ମାଆ     ଜଗତଜନନୀ

       କୃପାମୟୀ ବିରଜାଇ 

      ତେଜୋରୂପା ବ୍ରହ୍ମସୂତା

ଦେବୀ ମାହେଶ୍ୱରୀ    ମହିଷ ମର୍ଦ୍ଦିନୀ

      ଯାଜପୁରେ ବିରାଜିତା ।


ବୈତରଣୀ କୂଳେ    କକୁଦ ମଣ୍ଡପେ

       ପ୍ରକାଶ ଦିବ୍ୟ ସ୍ୱରୂପ

ଯଜ୍ଞ ଗାର୍ହପତ୍ୟେ     ହୁଅ ଆବିର୍ଭୂତା

        ପ୍ରକଟ ଶକ୍ତି ମହାତ୍ମ

        ପ୍ରଶସ୍ତ ମୁକତି ମାର୍ଗ

ପିତୃ ଦେବ ଲୋକ    ସୁଗମ୍ୟ ସୁଲଭ

        ପୂତ ନାଭିଗୟା କୁଣ୍ଡ ।


ତନ୍ତ୍ର ମନ୍ତ୍ର ବିଦ୍ୟା    ପରମ ଆରାଧ୍ୟା

       ପ୍ରଣବୀ ବିନ୍ଧ୍ୟ ବାସିନୀ

ଦୁର୍ଗା କାଳୀ ଚଣ୍ଡୀ    ଚାମୁଣ୍ଡା ବିରଜା

      ଆଦିଶକ୍ତି ସନାତନୀ

       ଉଜ୍ଜ୍ୱଳ ଗୁହ୍ୟପାଟକ

ନାଶ ରଜତମ     ଦଶ ଅଶ୍ୱମେଧ

      ଯଜ୍ଞ ହେଉ ଚରିତାର୍ଥ ।


କପିଳ କଶ୍ୟପ    ମହର୍ଷି ଅଗସ୍ତ୍ୟ

      ମହାମାୟା ଲୋପାମୁଦ୍ରା

ସ୍ୱାୟମ୍ଭୁବ ମନୁ    ସୁଧନ୍ୱ। ଯଯାତି

       ସୁସ°ସ୍କୃତି ପରମ୍ପରା

      ବୈଦିକ ଆର୍ଯ୍ୟ ଚେତନା

ହେଉ ଉଜାଗର     ଉତ୍କଳ କଟକ

      ଉଡୁ ସିଂହଧ୍ୱଜ ବାନା ।


ସକାଳ ସଞ୍ଜରେ   ଡାକୁଛି ଆକୁଳେ

     ଧ୍ୟାୟେ ମାତା ପାଦପଦ୍ମ

ମୃତ୍ୟୁର ଦାନବ    ଲଭୁ ପରାଭବ

      ଭବାନୀ ଦୂରିତ ଖଣ୍ଡ

       ଅମା ଅନ୍ଧକାର ଚିରି

ଶ୍ରୀଦେବୀ ଭୂଦେବୀ   ବିଜୟା ବିରଜା

      ଆସ ମାଆ ଅବତରୀ ।

          


Rate this content
Log in

Similar oriya poem from Classics