STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ସଜ ହୋଇ ଆସେ ରଜ

ସଜ ହୋଇ ଆସେ ରଜ

1 min
5


ଆଶାର ଆଲୋକ ନେଇ

ସମ୍ଭାବନାର ପଥେ ପଥେ ଆସେ

ଆଗାମୀ କାଲିର ସଫଳତାକୁ

ଧରିବାକୁ ହାତ ମୁଠାରେ ଦୃଢ଼ କରି

ସୂଚ଼ନା ଦିଏ ଜନ ମାନସେ

ଆକାଶରୁ ଝରିବ ଝର ଝର ବାରି

ଓଦା ମାଟିର ସ୍ଵର୍ଗ ପାଲଟିବ

ସର୍ବଂସହା ମାଆ ଧରିତ୍ରୀ

ନିଦାଘର ରୁକ୍ଷ ଶୁକ୍କ ତପ୍ତ ବାୟୁ

ଆର୍ଦ୍ରତାରେ ହେବ ଭିଜା ଭିଜା

ଏ ଶାନ୍ତିର ସାନ୍ତ୍ଵନା ନେଇ

ପ୍ରାଣରେ ପୁଲକ ଭରି ଦେବାକୁ

ସଜ ହୋଇ ଆସେ 'ରଜ'

ଓଡ଼ିଆ ଜାତିର ଏ ପରମ୍ପରା ଗଣପର୍ବ 

ମନେ ଭରି ଦିଏ ଅଶେଷ ଆନନ୍ଦ

ଚଳ ଚଞ୍ଚଳ ହୋଇ ଉଠେ

ଗାଁ ରୁ ସହରର ଜନ ଜୀବନ

ଆବେଗ ଲମ୍ଫ ପକାଇ ଆଗକୁ

କୃଷି ଭିତ୍ତିକ ସଚେତନତା ପାଇଁ

ଯୋଗାଏ ଇନ୍ଧନ ଦିଏ ଶକ୍ତି ସାହସ

ଆଦ୍ୟ ଆଷାଢର ମେଘାଚ୍ଛନ୍ନ ଆକାଶେ

ଝଟକେ ସପ୍ତରଙ୍ଗୀ ମନଲୋଭା ଇନ୍ଦ୍ରଧନୁ

ପବନର ଝୁଲାରେ ଝୁଲି ଝୁଲି

ଆସେ ମୌସୁମୀ ସରଗର ପରୀ

ମାଟି ମାଆର ତନୁ ତୀର୍ଥ ବତୁରାଇ 

ବସୁଧାକୁ କରାଏ ସେ ରଜସ୍ବଳା 

ମେଘ ଓ ମାଟିର ମହାମିଳନରେ

ବାଜି ଉଠେ ଶୁଭ ଶଙ୍ଖର ପବିତ୍ର ଧ୍ବନୀ

ନୂତନ ଶସ୍ୟ ଶ୍ୟାମଳ ଅଙ୍କୁରି

ଉଠି ଆଣିଦିଏ ଅନୁକୂଳ ସ୍ଥିତି

ଖୁସିରେ ଖୁସିରେ ତାର ମୁଖରିତ ହୁଏ

ପୁର ପଲ୍ଲୀରେ ମହୋତ୍ସବ

ଚାରି ଭାଗରେ ବିଭକ୍ତ ଚାରିଦିନ

ଚତୁଃବର୍ଗ ଫଳ ପ୍ରାପ୍ତିର ଦିଏ ସଙ୍କେତ

ପହିଲି ରଜ,ରଜ ସଂକ୍ରାନ୍ତି ଭୂମି ଦହନ

ଅନ୍ତିମରେ ବସୁମତୀ ସ୍ନାନ

ମାଆ ବସୁଧାକୁ ବିଶ୍ରାମ ଦେବାକୁ

ସ୍ଥଗିତ ରହେ ଏ ଦିନରେ କୃଷିକାର୍ଯ୍ୟ

ମାତୃଜାତି ମଧ୍ୟରେ ଆଣିଦିଏ

ଉତ୍ସାହ ଉନ୍ମାଦନାର ଅସରନ୍ତି ଭାବ

ନବ ଶକ୍ତିର ଜାଗରଣ ଆଣି

ହୁଏ ଦୋଳି ପୁଚି ଆଦି କେତେ ଖେଳ

ବାଗୁଡି ଟୁଡୁ ଲୁଡୁରେ ପୁରୁଷମାନେ

ହୁଅନ୍ତି ସାମୟିକ ଆତ୍ମ ବିଭୋର

ଘରେ ଘରେ ହୁଏ ପୋଡ଼ ପିଠା ଚକୁଳି 

ପାନ ଖିଆ ଓଠ ଦିଶେ ନାଲି ନାଲି

ଅତି ଖୁସିରେ ହସି ହସି

ହୁଏ ଭାଇଚାରର ବନ୍ଧୁମିଳନ

ଭାବ ବିନିମୟେ ବାଣ୍ଟୁ ସ୍ନେହ ପ୍ରୀତି

ରଜର ମଉଜ ଲାଗେ ନିଆରା

ହସି ହସାଉ ବୈକୁଣ୍ଠ ସମ ବସୁନ୍ଧରା।

  

    


Rate this content
Log in

Similar oriya poem from Action