STORYMIRROR

Sukadev Mahanta

Romance

4  

Sukadev Mahanta

Romance

ସଜ ଗୋଲାପରେ ପ୍ରେମ ପୁଲକରେ

ସଜ ଗୋଲାପରେ ପ୍ରେମ ପୁଲକରେ

1 min
233


ସଜ ଗୋଲାପରେ   ପ୍ରେମ ପୁଲକରେ

ମୋ ପ୍ରିୟା ମନକୁ    ଭରିଦେଇଯାରେ

ତୋ ଭିତରେ ଅଛି     ଅଦ୍ଭୁତ ଶକତି

ପରକୁ ଆପଣା      କରିବା ଶକତି

ମୋ ପ୍ରିୟା ମନରେ    ଭରି ଦେଇ ଯା ରେ

ଭଲ ପାଇବାର    ପ୍ରୀତି ପୁଲକରେ ।


ପ୍ରେମ ତ ଶାସ୍ବତ     ପ୍ରେମ ଚିରନ୍ତନ

ପ୍ରେମ ମଧୁମୟ      ପବିତ୍ର ବନ୍ଧନ

ଜୀବନ ଗାଡିର       ଏକୋଇ ଇନ୍ଧନ

ସଜ ଗୋଲାପରେ   ଭରି ଦେଇଯା ରେ

ମୋ ମାନସୀ ମନେ    ପ୍ରେମ ପୁଲକ ରେ ।


ନାଲି ଗୋଲାପ ରେ  ଶୁଣ କଥା ବାରେ

ମୋ ଭଲପାଇବା    ସର୍ବୋଚ୍ଚ ଶୀଖରେ

ତାକୁ ଭଲପାଏ     ମୁହିଁ ପ୍ରକୃତରେ

ମୋ ପ୍ରିୟା କାନରେ  କହିଦେ ତୁ ଥରେ

ଛୂଇଁ  ଦେଇ ତାର  &nb

sp;ନାଲି ଅଧରରେ ।


ମୋ ପ୍ରିୟା ହାତର    ନାଲି ଗୋଲାପ ରେ!

ଫୋଡି ତୁ ଦେଇଛୁ    ତା ପ୍ରୀତି କଣ୍ଟାରେ

 ତା ପୀରତି ଚୋଟ    ମାରି ହୃଦୟରେ

 ଜମା ଶୁଖିବନି      କେବେ ସେ କ୍ଷତ ରେ

ସେହି କ୍ଷତୁ ଝରା       ନାଲି ରକତରେ

ଲେଖିଦେଉଅଛି      ତୋର ପାଖୁଡାରେ

ଭଲପାଏ ମୁହିଁ      ହୃଦ  କନ୍ଦରରେ ।


ନାଲିଗୋଲାପରେ    କହି ଦେ ତୁ ଥରେ

ଶୟନେ ସପନେ     ଅବା ଉଜାଗରେ

ବସାବାନ୍ଧିଛି ସେ      ମୋର ହୃଦୟରେ

ତାର ସ୍ମୃତି ସଦା      ଆସେ ମୋ ମନରେ

ଭରି ଦେ ତୁଥରେ      ପ୍ରିୟା  ହୃଦୟରେ

ପ୍ରୀତି ପୁଲକ ତୁ       ଅତି ଯତନରେ ।


Rate this content
Log in

Similar oriya poem from Romance