STORYMIRROR

Sahadev Behera

Romance

4  

Sahadev Behera

Romance

ସିନ୍ଦୂର

ସିନ୍ଦୂର

1 min
493


ଭଲ ପାଇବାରେ  ବୟସ ନଥାଏ

       ମାପିବାର ଗଭୀରତା

ଦେଖି ଦେଲେ ଥରେ   କିଣି ନିଏ ମନ

        ହୃଦୟର ନୀରବତା ll

ପ୍ରେମର ପିଆଲା    ବୁଝିବ ସେ କାହୁଁ

         ପ୍ରୀତି ନିଶା ମାଦକତା

 ଚନ୍ଦ୍ର କି ବୁଝିବ    ଚକୋରୀ ବିରହ

          ବୁଝେ କଇଁ ମନ ବ୍ୟଥା ll

  ନିର୍ଝରିଣୀ ବୁକେ  ଶିଳାର ଆଘାତ

           ନଡରି ଲମ୍ଫେ ତା କୋଳେ

  ଉନ୍ମାଦନା ଢେଉ    ଲଙ୍ଘେ ବାର ବାର

           ଏକାକାର ହୋଇ ଜଳେ ll

  ଆକାଶେ ଚନ୍ଦ୍ରମା  ବିଜୁଳି ଅନଳ      

          ନିତି କେତେ ରଙ୍ଗେ ଖେଳେ

  ପ୍ରେମେ ଉଦ୍ଭାସିତ    ପ୍ରୀତିଭରା ରାତି

           କାମନା ଦୀପାଳୀ ଜାଳେ ll

  ଚୁମିବାକୁ ଥରେ    ଗୋଲାପି ଅଧର

           ଖୋଜେ ଉଷ୍ମ ନିବିଡ଼ତା

   ବିତିଯାଏ  ନିଶି    ଜୋଚ୍ଛନାରେ ଭିଜି

           କାମନାର ମାଦକତା  ll

   ସିନ୍ଦୂର ଟୋପାଏ   ମାଗେ ପରିଚୟ

            ବୁଝ ନାହିଁ ତମେ ଜମା

    କାମିନୀ ମଥାରେ   ଅଲୋଡା ନୁହଁଇ

           ହୁଅଇ ଯେବେ ସେ ବାମା ll

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance