Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Fantasy Others

5.0  

BISWESWAR MAJHI

Fantasy Others

ସିମ୍ପାଂଜି ସହିତ

ସିମ୍ପାଂଜି ସହିତ

1 min
213


ଆମ ବାପାଙ୍କର ବାପା ଥିଲେ ମାଙ୍କଡ ଅଭିନବ

ସିମ୍ପାଂଜି ଓରାଙ୍ଗଟାଙ୍ଗ ଗରିଲା ବନମାନବ ।

ଆମରି ପରି ଚଳଣି ବ୍ୟବହାର ତାଙ୍କର

ଜନ୍ତାରେ ରଖି ମଣିଷ କରେ ତାଙ୍କୁ ହରବର ।

ଖେଳ ଦେଖାଏ ମଣିଷର ଫୁର୍ତ୍ତି ଲାଗି କପିବର

ଅଦ୍ଭୁତ ବ୍ୟବହାର ମନମତାଣିଆ ତାଙ୍କର ।

ନିଷ୍କପଟ ବ୍ୟବହାର ନାହିଁ କାହିଁ ଛଳନା

ଆମକୁ ଲାଗେ ସତେବା ଚାବି ଦିଆ ଖେଳନା ।

ବଂଦୀର ଦୁଃଖ କାହୁଁ ବୁଝିବ ବା ମଣିଷ

ଆପଣା ଦୁନିଆଁର ବାଦଶାହା ଅବଶ୍ୟ ।

ବଣର ମଣିଷ ଆଜି ସଭ୍ୟ ମୁଖା ପିନ୍ଧିଛି

ଆପଣା ପୂର୍ବ ପୁରୁଷେ ବନ୍ଦୀ କରି ରଖିଛି ।

ହେ ମଣିଷ ଜାଗରିତ କର ନିଜ ଚେତନା

ସୃଷ୍ଟିର ଶ୍ରେଷ୍ଠ ଜୀବ ନ ହୁଅ ଆନମନା ।


Rate this content
Log in

Similar oriya poem from Fantasy