STORYMIRROR

Kali Kumar

Abstract Others

2  

Kali Kumar

Abstract Others

ସିମିଳିଫୁଲ

ସିମିଳିଫୁଲ

1 min
176

ମୁଁ ନାଲିରେ ସଜ୍ଜିତ ହୁଏ କିନ୍ତୁ କୃଷ୍ଣଚୂଡ଼ା ନୁହେଁ

ମୁଁ ଶୋଭାରେ ବିମଣ୍ଡିତ ହୁଏ କିନ୍ତୁ ଗୋଲାପ ନୁହେଁ

ମୁଁ ଫୁଟି ବିକଶିତ ହୁଏ କିନ୍ତୁ ଠାକୁରର ନୁହେଁ 

ମୁଁ ମାଦକତାରେ ବିଭୋର ହୁଏ କିନ୍ତୁ ଆକର୍ଷଣୀୟ ନୁହଁ

ମୁଁ ଆଖିରେ ଘର କରେ କିନ୍ତୁ ହୃଦୟରେ ନୁହେଁ

ମୁଁ ମଉଳି ଝରି ପଡ଼େ କିନ୍ତୁ ଶେଫାଳି ନୁହେଁ

କେମିତି ବା ହୁଅନ୍ତି,

ମୁଁ ଯେ ଅଭିଶପ୍ତ

ମୁଁ ଯେ ନିର୍ବାସିତ ସିମିଳି ଫୁଲ

ମୋ ନିଃସଙ୍ଗ ଅଧୁଷିତ ନିର୍ଜନ ସହରେ ଏକାକୀ ବାଟୋଇ ।।

ହଁ ! କେବେ କେହି ବାଟବଣା ହୋଇ ମୋ ଆଡ଼େ ବୁଲି ଆସେ

ମୋ ନାଲିରେ ନିଜକୁ ଲୋହିତ କରିବାକୁ ନୁହଁ କିମ୍ବା

ମୋ ସୌନ୍ଦର୍ଯ୍ୟର ଉପତ୍ୟକାରେ ନିଜକୁ ଉପଭୋଗ କରିବାକୁ ନୁହଁ,  ବରଂ

ମୋ ନିର୍ଜନତାକୁ ପରିହାସ କରିବା ପାଇଁ

ମୋ ନିଃସଙ୍ଗତାର ଅଟ୍ଟହାସ୍ୟ ଉଡ଼େଇବା ପାଇଁ 

ଅଧିକନ୍ତୁ, ଫୁଲର ଜାତିରେ ମୋର ଅସ୍ତିତ୍ବହୀନତାର 

ପରିଚୟ ଦେବାପାଇଁ ,

କେବେ କେହି ବାଟବଣା ହୋଇ ମୋ ଆଡ଼େ ବୁଲି ଆସେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract