STORYMIRROR

Sasmita Choudhury

Inspirational

3  

Sasmita Choudhury

Inspirational

ସିଲଂ ରହିଲା ସାକ୍ଷୀ

ସିଲଂ ରହିଲା ସାକ୍ଷୀ

1 min
234


ସିଲଂ ଭୂଇଁରୁ ଡାକରା ଆସିଲା 

ପାହାଡ଼ର ବୁକୁ ଚିରି, 

କେତେ କଳ୍ପନା ମନରେ ସଜେଇ 

ବ୍ଯୋମଯାନେ ଗଲୁ ଉଡି। 


ମେଘକୁ ଛୁଇଁଲୁ ବ୍ଯୋମଯାନେ ବସି

ଆକାଶୁ ଦେଖିଲୁ ଛବି, 

ଉଡନ୍ତା ଚଢେଇ ଭସା ବାଦଲରେ

ସାଥେ ଅସ୍ତଗାମୀ ରବି। 


"ମେଘାଳୟ" ଭୂମି ମେଘର ଆଳୟ

ଆକାଶରୁ ଛୁଇଁ ପୃଥ୍ଵୀ, 

"ବରାପାଣି" ହ୍ରଦ କାହିଁ ସେ ସୁଷମା

ନାନା ଜାତି ଫୁଲବିଥି। 


ପାହାଡ଼ ସୁନ୍ଦରୀ ଘୋଡେଇ ହୋଇଛି

ମେଘର ଝୀନ ଓଢଣୀ, 

ଝାଉଁ ପତରର ହାତରୁ ଝରାଏ

ଶ୍ରଦ୍ଧା ବାରି ରାଶି ପୁଣି। 


କେତେ ଜାତି ବୃକ୍ଷ ପ୍ରସାରୀ ତା ହାତ 

ଡାକୁଛି ଆତ୍ମାକୁ ମୋର, 

ମଧୁର ଝରଣା, ପ୍ରପାତର ନାଦ

ମୋ ଜୀବନ ଗୀତ ସୁର। 


ପୁରାଣ ଯୁଗର ଗୁମ୍ଫା କିବା ସିଏ

"ମୌସମାଇ" ତାର ନାମ, 

ଥରେ ପଶିଗଲେ ଘୂରି ଯାଏ ମଥା

ବୁଦ୍ଧି ଦିଏ ନାହିଁ କାମ। 


ପଥର ମାଳାର ବୁକୁରେ ପ୍ରକୃତି 

ସୁଡ଼ଙ୍ଗ ରଚିଛି ଏଥି, 

ଅନୁଭବ ମୋର ଭୟ କି ବିସ୍ମୟ 

ବର୍ଣ୍ଣି ପାରୁନାହିଁ ଗୁନ୍ଥି। 


ପକ୍ଷୀର ସଂଗୀତ ଶୀତଳ ପବନ

ଗାଡିର ସର୍ପିଳ ଗତି, 

ଶିଲଂ ଶୃଙ୍ଗରୁ ସହରର ଛବି 

ଲାଗେ ମନୋହର ଅତି। 


ସ୍ମୃତିର ଡାଏରୀ ସଜାଇ ରଖିଛି 

ସିଲଂ ରହିଛି ସାକ୍ଷୀ, 

ସୁଖେ ଦୁଃଖେ ଭାଗୀ ହେଉଥିବା ଚିର

ବନ୍ଧୁତ୍ବ ବଜାୟ ରଖି। 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational