STORYMIRROR

Anupama Sahu

Abstract Classics

4  

Anupama Sahu

Abstract Classics

ସୀତାଙ୍କ ଅଗ୍ନି ପରୀକ୍ଷା

ସୀତାଙ୍କ ଅଗ୍ନି ପରୀକ୍ଷା

1 min
315

ଜନକ ଦୁହିତା ଭୂମି ସୂତା ସୀତା 

   ଅଯୋଧ୍ୟାର ପାଟରାଣୀ 

ଆଦର୍ଶ ପୁରୁଷ  ସୂର୍ଯ୍ୟବଂଶୀ ରାଜା 

    ପ୍ରଭୁ ଶ୍ରୀରାମ ଘରଣୀ। ୧।


ପିତୃସତ୍ୟ ପାଳି  ଗଲେ ବନେ ଚଳି 

   ସୂର୍ଯ୍ୟ ବଂଶୀ ମହାବୀର 

ପତି ପ୍ରାଣା ସତୀ  ସାଥେ ଅନୁଚରୀ 

   ଦେବୀ ସୀତା ସହଚର। ୨।


ଅରଣ୍ୟେ ବିହରି  ଫଳାହାର କରି 

   ହରଷେ କଟାନ୍ତି ଦିନ 

ଲଙ୍କା ର ନରେଶ  ରାବଣ ହରିଲା 

    ଦେବୀ ସୀତାଙ୍କୁ ତକ୍ଷଣ। ୩।


ବାନର ସଙ୍ଗତେ  ବଦ୍ଧି ରାବଣକୁ 

   ଉଦ୍ଧାରିଲେ ରାମ ସୀତା 

ଅଯୋଧ୍ୟା ରାଇଜେ  ହେଲେ ଅଭିଷିକ୍ତ 

   ନର ରୂପି ଯେ ବିଧାତା ।୪।


ପ୍ରଜା ହିତେ ରାମ  ନିଯୁକ୍ତିଲେ ପ୍ରଭୁ 

    ହରିଲେ ସକଳ ବ୍ୟଥା 

ଏକ ରଜନୀରେ  ରଜକ ଦମ୍ପତି 

   କହୁଥାନ୍ତି କଟୁ କଥା ।୫।


ଜାଣିଣ ଶ୍ରୀରାମ  କଥା ବଡ ବାମ 

   ଗୃହେ ଲେଉଟି ଆସିଲେ 

ଶୁଣି ଅପବାଦ  ବାରତା ପ୍ରଜାର 

    ଏକାନ୍ତେ ବିଚାର କଲେ। ୬।


ଅଗ୍ନିର ପରୀକ୍ଷା  ଦିଅ ଗୋ ଭୂ କନ୍ୟା 

   ପତ୍ନୀ ଦେବୀ ଶିରୋମଣୀ 

ଦେଖୁ ପ୍ରଜାକୁଳ  ଅଯୋଧ୍ୟା ନଗରୀ 

   ପତିବ୍ରତା ଠାକୁରାଣୀ ।୭।


ଘେନି ସ୍ୱାମୀ ଆଜ୍ଞା  ଜନକ ଦୁହିତା 

   ସତୀ ଶିରୋମଣୀ ସୀତା 

ତତ୍କାଳେ ହେଲେ ସେ  ଅଗ୍ନି ନିର୍ବାପିତା 

  ଦେଖିଲେ ପ୍ରଜା ବିଧାତା ।୮।


ସ୍ୱୟଂ ଠାକୁରାଣୀ  ଯିଏ ଏ ସୃଷ୍ଟିର 

   ଅଗ୍ନି କିବା କରେ ଗ୍ରାସ 

ହସି ହସି ଦେବୀ  ଦେଖାନ୍ତି ସତୀତ୍ବ

   ପତିବ୍ରତା ସ୍ୱାମୀ ପାଶ।୯।


ଧନ୍ୟ ଠାକୁରାଣୀ  ଭୂ ଦେବୀ ଦୁହିତା 

    ନାରୀ ରୂପେ ଉଭା ମାତା 

କୋଟିଏ ଜୁହାର  ଘେନ ଗୋ ଜନନୀ 

  ଜୟ ଜୟ ରାମ ସୀତା। ୧୦।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract