STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ସୀମାନ୍ତ ଓଡ଼ିଆର କଥା

ସୀମାନ୍ତ ଓଡ଼ିଆର କଥା

1 min
515


କୋଟିଆ ନିବାସୀ ଦୋଦୁଲ୍ୟ ମାନରେ କହିବେ ସେ କେଉଁ ଭାଷା

କେଉଁ ଭାଷା ପାଠ ପଢିବେ ତାଙ୍କର ଘର ଆନ୍ଧ୍ର କି ଓଡ଼ିଶା

ଓଡିଆ ଫଳକ ପାଠଶାଳା ଯାକ ଆନ୍ଧ୍ର ଭାଙ୍ଗି ଦେଇ ଗଲା

ତେଲୁଗୁ ଭାଷା ର ଫଳକ ଲଗାଇ ପାଠଶାଳା ବସାଇଲା ।


ନିବାସୀ ଓଡ଼ିଆ ଯାଇ ସେଠି ଦେଲେ ଆନ୍ଧ୍ର ଫଳକ ଦୂରେଇ

ତଥାପି ଓଡ଼ିଶା ନେତୃତ୍ୱ ନେତ୍ର ଉନ୍ମିଳିତ ହୋଇ ନାହିଁ

ଆଜି ଆନ୍ଧ୍ର କାଲି ଓଡ଼ିଶା ଏମିତି ଛକାପଞ୍ଝା ଖେଳ ଚାଲେ

ଏହା ଦେଖି ସେଠାକାର ଅଧିବାସୀ ନିତି ବଞ୍ଚି ନିତି ମରେ ।


ସୀମାନ୍ତ ଓଡ଼ିଶା ପରେ ତ କାହାର ପଡଇ ନାହିଁ ନଜର

ତାହା ଦେଖି ପାଖ ପଡୋଶୀଙ୍କ ଦାଉ ବଢୁଅଛି ବାରମ୍ବାର

ପଶ୍ଚିମ ବଙ୍ଗ କି ଛତିଶଗଡ଼ ରୁ ଆନ୍ଧ୍ର ଝାଡ଼ଖଣ୍ଡ ଯାଏଁ

ସବୁଠାରେ ବାରମ୍ବାର ଏକାକଥା ପୁନରାବୃତ୍ତି ତ ହୁଏ ।


ଦୁର୍ବଳ ନେତୃତ୍ୱ,ଅବା ମନୋବଳ, କିଅବା ଆନ୍ତରିକତା

କେଉଁ ଅଭାବରେ ଏପରି ହେଉଛି କିଏ କହିବ ଏ କଥା

ସୀମାନ୍ତ ଓଡ଼ିଆ ସାବତ ପୁଅ କି ଦିନ କାଟଇ ଦୁର୍ଦ୍ଦିନେ

ଦୁଃଖ ଦୁର୍ଦ୍ଦଶା ଦୁର୍ବଳତା ଆଣି ଦେଉଅଛି କ୍ଷଣେ କ୍ଷଣେ ।


ମରିଯାଉଅଛି ମନର ସରାଗ ଭାଇଚାରା ଭାଷା ପ୍ରେମ

ସଂକୁଚିତ ହୁଏ ଭୌଗୋଳିକ ରେଖା ସ୍ଥିତି ତ ଦୋଦୁଲ୍ୟମାନ

ଚିନ୍ତା କରିବାର ବେଳ ହେ ବିବୁଦ୍ଧେ ଦେଖ ଆସି ଉପଗତ

ନହେଲେ ଶେଷରେ ଭୋଗିବାକୁ ହେବ ସ୍ଵଅର୍ଜିତ ଯେତେ ଦୁଃଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational