STORYMIRROR

subrat kumar jena

Fantasy

3  

subrat kumar jena

Fantasy

ସୀମା ଡେଇଁ ଗଲେ

ସୀମା ଡେଇଁ ଗଲେ

1 min
196

ସୀମା ଡେଇଁଗଲେ

ଦୁରେ ବହୁଦୂରେ ଦିଶେ ଜହ୍ନ ମାମୁଁ

ତୋଳି ଆଣିବା ଆଶାରେ କେତେ କିଏ ବଢାଏ ହାତ

ହେଲେ ସହଜେ କ'ଣ ସେ ଧରା ଦିଏ

ତାକୁ ନେଇ କେତେ ସ୍ବପ୍ନ ଦେଖେ ମଣିଷ

ସୀମା ଡେଇଁ ଗଲେ

ପୃଷ୍ଠା ସେ ପାଖେ ଜହ୍ନ ରାଇଜ 

ବିକ୍ରମକୁ ନେଇ ଯାଇଛି ଯେ ଚନ୍ଦ୍ରୟାନ

ସ୍ଵପ୍ନକୁ ଆମର ପୁରା କରିବ

ଚନ୍ଦ୍ରରେ ଆମ ପତାକା ଉଡ଼ିବ

ହେଲେ କଣ ହେଲା ଯେ କେଜାଣି

ସେ ଆଉ ଜବାବ୍ ଦେଉନି କି କଥା ଶୁଣୁନି

ବୋଧେ ନୂଆ ରାଇଜେ ନୂଆ ସାଥି ପାଇଗଲା ନା କଣ

ଆମକୁ ତ ଏକଵାର ଭୁଲି ଗଲା

ଖାଲି ଯାହା ଆମ ସ୍ଵପ୍ନକୁ ଅଧା କରି

ଆଉ ସୀମା ଏ ପାଖେ 

ତୁମ ଆଉ ମୋ ଭିତରେ ପ୍ରାଚୀର

ତୁମେ ତୁମ ଆହମିକା ଛାଡିବନି

ମୁଁ ବି ମୋ ଆତ୍ମ ସମ୍ମାନକୁ କାହିଁ ବଳି ଦେବି

ବୋଧେ ହୁଏ ଏବି ବିକ୍ରମ ପରି ହଜିଯାଇଛି

କେଉଁ ଏକ ନୂଆ ସମ୍ପର୍କର ସନ୍ଧାନରେ

ସୀମାରେ ଏପାଖରେ ହେଉ ଅବା ସେ ପାଖରେ

ଉଦ୍ୟତ ଡେଇଁବାକୁ ଅଦୃଶ୍ୟ ସୀମାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy