STORYMIRROR

Sasmita Choudhury

Classics

2  

Sasmita Choudhury

Classics

ସିଏ ପରା ମୋ ବାପା

ସିଏ ପରା ମୋ ବାପା

1 min
335


ମୋ ଲୁହରେ ଯା'କୁ 

କାନ୍ଦିବା ଦେଖିନି, 

ନିଜ ଲହୁ ଢାଳି 

ଦେଖିବା ଚାହାନ୍ତି 

ମୋ ଓଠ ଧାରେ 

ଚେନାଏ ହସର ରେଖା

    ସିଏ ପରା ମୋ ବାପା


ଦୁନିଆଁ ସାଥିରେ

ଏକା ଲଢିବାର

କଳାରେ ନିପୁଣ, 

ସଚ୍ଚୋଟ ପଣର

ଡିମିରି ଫୁଲ ଯେ

ଦୁନିଆକୁ ଅଣଦେଖା, 

    ସିଏ ପରା ମୋ ବାପା


ମୋ' ମଥାପରେ

ଛତା ଅବା ଛାତ

ବନି ନାହାନ୍ତି ଯେ

ଛାଇ ଯାଇଛନ୍ତି 

ନିଦାଘରେ ହୋଇ 

ଆକାଶଟେ ମେଘ ମଖା, 

   ସିଏ ପରା ମୋ ବାପା


ଅନ୍ଧାରେ ଯିଏ ମୋ'

ହାତ ଧରନ୍ତିନି, 

ଦୀପ ତଳର ସେ

ଅନ୍ଧାର ବନି

ଜଳୁଥାନ୍ତି ନିଜେ

ହୋଇ ଏକ ଦୀପ ଶିଖା, 

   ସିଏ ପରା ମୋ ବାପା


ରାସ୍ତା ଦେଖାଇ 

ନାହାନ୍ତି କଦାପି, 

ନିଜ ଆଦର୍ଶରେ 

ବନି ଯାଇଛନ୍ତି_

ମୋ ଆଗାମୀର 

କଣ୍ଟକ ଶୂନ୍ଯ ରାସ୍ତା, 

    ସିଏ ପରା ମୋ ବାପା


ଅଜାଡି ଦିଅନ୍ତି 

ନିଜ ଭାଗ ସୁଖ, 

ମୋ' ଜୀବନର 

ରିକ୍ତ ଥାଳରେ

ମାଗିବା ଆଗରୁ

ଛୋଟ ଖୁସିଟିଏ ଭିକ୍ଷା, 

    ସିଏ ପରା ମୋ ବାପା


ଦୁନିଆଁରେ କେଉଁ 

ଦେବତା ଦେଖିନି, 

ପାଇନି କାହାଠୁ 

ଦୃଢତା ଅଥବା ‌

ମୋ ବାପାଙ୍କ ଭଳି 

ଆତ୍ମିକ ଜ୍ଞାନ ଶିକ୍ଷା, 

    ସିଏ ପରା ମୋ ବାପା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics