ସିଏ ଜାଣେ ତା' ଲୁହ
ସିଏ ଜାଣେ ତା' ଲୁହ
ଜୀବନ ଗହନ ବନେ ସୁଖର ଶୁଖିଲା ପତ୍ର
ଗ୍ରୀଷ୍ମ ବୈଶାଖରେ ଯେହ୍ନେ ହୁତୁହୁତୁ ଜଳେ
ସେ ଏମିତି କାନ୍ଦୁଛି ଅନ୍ତର ନୟନେ ଜାଣ
ହସ ବି ଡରିବ ଆସିବାକୁ ତା'ର କୋଳେ,
ଜାଣିରଖ ତା' ଲୁହରେ ଅଛି ଆତ୍ମ ନିଷ୍ଠୁରତା
ଆପଣାଜନ ପାଇଁ ସଦ୍ୟ ଚିନ୍ତିତ ବ୍ୟଥିତ ସେ
ପ୍ରଭୁ ଜାଣେ ତା'ର ସ୍ୱାର୍ଥ କେତେ ତ୍ଯାଗ କେତେ
ସତ ନୁହଁ ସେ ମିଛରେ ହସିବ କାଳେ କାଳେ,
ନିଜ ନିଜ ନଜରରେ ସଭିଏଁ ତାକୁ ଦେଖିବେ
ତାକୁ ନ ଜାଣି ତା' ଲୁହକୁ ଅନେକ ଘାଣ୍ଟିବେ
ତାକୁ ପଢିପାରିଲେ ପଥର ବି କାନ୍ଦିବ ବାବୁ
ସୁଖୀ ଲୋକମାନେ ତା' ପାଖକୁ ଯିବାକୁ ଡରିବେ,
ରଙ୍ଗ ଢାଳିବେ ତା' ଉପରେ ସାଦା କାଗଜ ଭାବି
ଏଠି ଅମା ଅନ୍ଧାର, ସବୁ ତ ଖୋଜିବେ ଉଜ୍ଜ୍ବଳ ରବି
ତା' ଲୁହକୁ ନେଇ କରିବ ବିଜ୍ଞାନଗାରେ ପରୀକ୍ଷା
ଦେଖିବ ଲୁହେ ପରିବାରର କେତେ ମାର୍ମିକ ଛବି।।
