ସିଧାକଥା ୯
ସିଧାକଥା ୯
ଈଶ୍ଵରଙ୍କ ସତ୍ତା ସବୁଠି ରହିଛି ଆମରି ଆଖିକୁ ଦିଶେନାହିଁ,
ଅମୃତମୟ ଏ' ସୃଷ୍ଟିର ରସରେ ଆନମନ କେବେ ରସେନାହିଁ ।
ପରଦୁଃଖ ଦେଖି ଆମ ହୃଦୟରେ ସମବେଦନା ତ ଆସେନାହିଁ,
ସ୍ଵାର୍ଥରେ ଜଡ଼ିତ ଆମମନ କେବେ ମନଖୋଲା ହସ ହସେନାହିଁ ।
ସଂସ୍କୃତିକୁ କେହି ବିକୃତ କରିଲେ ପ୍ରତିବାଦ ଆମେ କରୁନାହୁଁ,
ଅନ୍ୟାୟ ଦୁର୍ନୀତି କରୁଛି କେ କରୁ ତା' ଦୋଷକୁ ଆମେ ଧରୁନାହୁଁ ।
ପରଦୋଷଦେଇ ଖସିଯିବା ପାଇଁ ଆମେ ତ ସକଳେ ଆଗଭର,
ମାଗଣା ମିଳିଲେ ପିଚୁ ପିଇବାକୁ ଲାଗେନାହିଁ କାହାମନେ ଡର ।
ସ୍ଵେଚ୍ଛାଚାରୀ ହୋଇ ଦୁଃଖ ଆଦରିଛୁ ଆମକାର୍ଯ୍ୟ ସବୁ କାମଚଳା,
ପାଇଥିବା ସୁଖ-ସୁବିଧାକୁ ଭୁଲି ଭାଗ୍ୟଦୋଷ ଦେଇ ମାରୁ ଢିଲା ।
ପାଇନାହୁଁ ଯାହା ହିସାବ ରଖିଛୁ ସୁଯୋଗ ପାଇଲେ କହିଦେଉ,
ଆମ ଅବଦାନ ତ୍ୟାଗ ନିଷ୍ଠା ପ୍ରେମ କେତେ ପଚାରିଲେ ଚାଲିଯାଉ ।
#ସିଧାକଥା
