ସିଧାକଥା -8
ସିଧାକଥା -8
ଭଲ ହେବାକୁ ମୁଁ ଦୃଢ କଲେ ମନ- ଖରାପ କରିବ କିଏ ?
ଭଲ ମନେ କଲେ ଭଲଫଳ ମିଳେ- ଭଲ ବାଟ ଦେଖାଯାଏ |
ଭଲଥିଲେ ଦେହ ଭଲଚିନ୍ତା ଆସେ ଭଲର ନାହିଁ ବିକଳ୍ପ,
ଭଲରେ ଭଲରେ ଭଲକାମ ହୁଏ ଭଲରେ କଲେ ସଂକଲ୍ପ |
ଭଲକଥା ପଦେ ଚନ୍ଦନ ପରାଏ ଶୀତଳ କରିବ ପ୍ରାଣ,
ଭଲ ମଣିଷକୁ ଭେଟିଲେ ସକାଳୁ ପ୍ରଫୁଲ୍ଲିତ ହୁଏ ମନ |
ଭଲରେ ଶୁଣିଲେ ସବୁଦିନ ପାଇଁ କଥା ରହିଯାଏ ମନେ,
ଭଲରେ କହିଲେ ଦୋଷ-ଗୁଣ କଥା କହିଦିଏ ଦୋଷୀ ଜଣେ |
ଭଲଖାଦ୍ୟ ଆଉ ଭଲଜଳ ଯାହା ସ୍ଵଚ୍ଛ-ଶୁଦ୍ଧ ହୋଇଥାଏ,
ଭଲ ପରିବେଶ ପ୍ରଭାବ ପକାଏ ଭଲ ଭାବ ସୃଷ୍ଟି ହୁଏ |
ଭଲ ହିଁ କେବାଳ ଈଶ୍ଵରଙ୍କ ଇଚ୍ଛା-ଭଲ ପ୍ରକୃତିର ନୀତି,
ଭଲପାଇଁ କୋଟି କୋଟି ଜୀବ-ଜନ୍ତୁ ଧରଣୀରେ ବଞ୍ଚିଛନ୍ତି |
