STORYMIRROR

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ସିଧାକଥା-52 ଆଈଙ୍କ ଫୋନ ନିଶା

ସିଧାକଥା-52 ଆଈଙ୍କ ଫୋନ ନିଶା

1 min
272


ମୋ ପୁଅ ଦେଇଛି ସ୍ମାର୍ଟଫୋନ ଚାଲେ ତାକୁ ଦେଲେ ଛୁଇଁ,

ପ୍ରଥମେ ପ୍ରଥମେ ଡରୁଥିଲି ଏବେ ପାଗଳ ହୋଇଛି ମୁହିଁ |


କେତେ ରକମର ଫଟୋ ଗୀତ ଗପ ନୂଆନୂଆ କଥା କେତେ,

ପାଲାଠୁଁ ଯାତରା ସମ୍ବାଦ କୌତୁକ ସରେନାହିଁ ଦେଖେ ଯେତେ |


ଟିଭି କିବା ବହି ଖବରକାଗଜ ଦେଖିବାକୁ ବେଳନାହିଁ,

ଦିନରାତି ଏବେ ଆଙ୍ଗୁଳି ହଲେଇ ବସୁଛି ତା' ମୁହଁ ଚାହିଁ |


ନାତି ଆସି କହେ ମୋବାଇଲି ଦିଅ ପଢ଼ିବି ପାଠ ସେଥିରେ,

ଅନଲାଇନରେ ସ୍କୁଲ ଚାଲିବ ତମରି ମୋବାଇଲିରେ |


ଶରଧାରେ ସିନା ଦେଇଦେଲି ତାକୁ ବସୁଛି ସେ ଘଣ୍ଟା ଘଣ୍ଟା,

ମୋବାଇଲି ନିଶା ଘାରିଛି ଏଣେ ମୁଁ ଭାବିଭାବି ହେଲି କଣ୍ଟା |


ଜଗି ବସୁଛି ମୁଁ କେତେବେଳେ ତା'ର ପଢ଼ା-ଲେଖା ସରିଯିବ,

ସ୍ମାର୍ଟଫୋନ ମୋ ଜୀବ ଜୀବନ ପାଖକୁ ଟିକେ ଆସିବ |


ଟୋକା ତେଣେ ବସି କାର୍ଟୁନ ଦେଖୁଛି ଖେଳୁଛି ପଢ଼ା ଶେଷରେ,

ପୂରା ଅଧିକାର କରି ନେଲାଣି ସେ ପଡ଼ି ତା' ମାୟା ଜାଲରେ |


ଦେଖି ପାରୁନାହିଁ ଶୁଣି ପାରୁନାହିଁ ମନ ବୁଝୁନାହିଁ ମୋଟେ,

ବାକିରେ ମିଳିଲେ ସ୍ମାର୍ଟଫୋନ କିଣିବି ମୁଁ ଆଉ ଗୋଟେ |


Rate this content
Log in

Similar oriya poem from Inspirational