STORYMIRROR

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ସିଧାକଥା ୫

ସିଧାକଥା ୫

1 min
186


ଫୁଲରେ ଯଦି ନ ଥାଏ ବାସ ଆଦର ମିଳେନାହିଁ,

ସଜେଇ ହେଲେ ନିଜ ରୂପକୁ ହୁଏନା ବଡ଼ କେହି ।(ଘୋଷା )


ଦେହ ବଳକୁ କିଏ ପଚାରେ ବଡ଼ ମନର ବଳ,

ମନର ବଳ କରିପାରିବ ଦୁନିଆ ଟଳମଳ ।

ପାଠ ସାଙ୍ଗକୁ ଶାଠ ନ ଥିଳେ ଜିତି ପାରିବା ନାହିଁ । 

ଫୁଲରେ ଯଦି ନ ଥାଏ ବାସ ଆଦର ମିଳେନାହିଁ ।(1)


ସହିବା ଯିଏ ଜାଣିନି ତା'ର ହାରିବା ହୁଏ ସାର,

ଜିତିବ ସିଏ ନିଜ ଉପରେ ଭରସା ଥାଏ ଯା'ର ।

କାମ ନ କରି ଫଳରେ ଆଶା ନିରାଶ ହେବ ସେହି ।

ଫୁଲରେ ଯଦି ନ ଥାଏ ବାସ ଆଦର ମିଳେନାହିଁ ।(2)


ପର ଦରବେ ରଖିଲେ ମନ ମିଳଇ ଖାଲି ଦୁଃଖ,

ମାଗି ଖାଇବା ସବୁଠୁଁ ହୀନ ଆସିବ କାହୁଁ ସୁଖ ?

ବିପଦ ବେଳେ ସାହା ନ ହେଲେ କି' ଲାଭ ବନ୍ଧୁ ହେଇ ।

ଫୁଲରେ ଯଦି ନ ଥାଏ ବାସ ଆଦର ମିଳେନାହିଁ ।(3 )


#ସିଧାକଥା


Rate this content
Log in

Similar oriya poem from Inspirational