STORYMIRROR

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ସିଧାକଥା ୪

ସିଧାକଥା ୪

1 min
173


ଶୁଣିଛୁ ଆମେ ବିଜ୍ଞାନ କଥା ଜାଣିଛୁ ତା'ର ବଳ,

ପଢିଛୁ ଆମେ ବିଜ୍ଞାନ ପାଠ ପାଇଛୁ ତା'ର ଫଳ ।(ଘୋଷା )


ଭାବନି ତୁମେ ଛୋଟିଆ ଆମେ ଏଡ଼େ ବକଟେ ପିଲା,

କାହାଣୀ କହି ଭୁଲେଇ ଦେଇ କରନି ମିଛ ଗେହ୍ଲା ।

ଅଳପ ଦିନେ ବୁଝୁଛୁ ଆମେ କେଉଁଟା ଭଲ ଭେଲ । 

ଶୁଣିଛୁ ଆମେ ବିଜ୍ଞାନ କଥା ଜାଣିଛୁ ତା'ର ବଳ ।(1)


କୁହନି ଆଉ ପାରିବୁ ନାହିଁ ସୁଯୋଗ ଟିକେ ଦିଅ,

ତୁମକୁ ଯାହା ଅଜଣା ତାହା ଆମଠୁଁ ଶିଖିନିଅ ।

ବିଜ୍ଞାନ ବଳେ କଠିନ କାମ ବାମ ହାତର ଖେଳ ।

ଶୁଣିଛୁ ଆମେ ବିଜ୍ଞାନ କଥା ଜାଣିଛୁ ତା'ର ବଳ ।(2)


#ସିଧାକଥା


Rate this content
Log in

Similar oriya poem from Inspirational