STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ସିଧାକଥା-33 ଚାକିରି କରେ ଯେ ଚାକର

ସିଧାକଥା-33 ଚାକିରି କରେ ଯେ ଚାକର

1 min
201


ଗଣତନ୍ତ୍ର ଦେଶେ ଜନତା ମାଲିକ ସରକାର ତାଙ୍କ ମନ୍ତ୍ରୀ,

ସବୁ ଅଫିସର ଜନତା ସେବକ ନେତା ଡାକ୍ତର ଯନ୍ତ୍ରୀ |


ଯେଉଁ ପଦବୀରେ ଯିଏ ଥାଉ ପଛେ କରୁଥିଲେ ସେ ଚାକିରି,

ମାଲିକ ନୁହେଁ ସେ ଚାକର ନିଶ୍ଚୟ ସେବାଦାତା ଅଧିକାରୀ |


ଜନତା ଟିକସ ଜନତା ବଳରେ ସେହିମାନେ ବଳୀୟାନ,

ଜନତା ମାତିଲେ ସଚେତନ ହେଲେ ଘଡ଼କେ ହୋଇବେ ଶୂନ୍ୟ |


ନରମ ଦେଖିଲେ ବିଲେଇ ଯେମିତି କାମୁଡ଼େ ଲୁହା ପଥର,

କିଛି କର୍ମଚାରୀ ଭାବନ୍ତି ଭ୍ରମରେ ସିଏ ଜନତା ଈଶ୍ଵର |


ଜନତାର ଧନ ଖାଇଲେ ଅଧମ ପାପଭାର ଯାଏ ବଢି, 

ଲାଞ୍ଚ ଖାଉଖାଉ ଚଉଦୁଆରକୁ ଚାଲିଯାଏ ଧରାପଡ଼ି |


ସଚେତନ ଯଦି ହୋଇବେ ଜନତା ଦୁର୍ନୀତି ହୋଇବ ଦୂର,

ମନେ ରଖିଥିବା ଦେଶଟି ଆମର ଚାକିରି କରେ ଚାକର |


ମାଗିଲେ କେ ଲାଞ୍ଚ କାଢୁଥିଲେ ପେଞ୍ଚ ଦିଅ ଲଫାପାରେ ଭରି,

ଆଗୁଆ ଖବର ଭିଜିଲାନସକୁ ଜଣାଇବ ଦୟାକରି |


Rate this content
Log in

Similar oriya poem from Inspirational