STORYMIRROR

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ସିଧାକଥା-32 ସୁଖୀ-ଦୁଃଖୀ

ସିଧାକଥା-32 ସୁଖୀ-ଦୁଃଖୀ

1 min
209


ଜିଆ କହୁଛି-ମୋ ପରି ସୁଖୀ ସଂସାରେ କେହି ନାହିଁ,

ମାଟିରେ ଥାଏ ମାଟିକୁ ଖାଏ କୃଷକ ବନ୍ଧୁ ହୋଇ |


ବେଙ୍ଗ କହୁଛି- ମୁଁ ଜଣେ ସୁଖୀ ଜିଭଟା ମୋର ଟାଣ,

ସାରା ସଂସାର ଘର ମୋହର ସଦା ହରସ ମନ |


ସାପ କହୁଛି-ରୂପ ପାଇଛି ବିଷ ବି ଅଛି ମୋର,

ମଜାରେ ବୁଲେ ସୁଖରେ ଥାଏ ସଭିଙ୍କୁ ଲାଗେ ଡର |


କୁକୁର କହେ- ମୁଁ ଏକା ସୁଖୀ ହେଲି ମଣିଷ ସାଥୀ,

ଗାଈ କହୁଛି-କ୍ଷୀରଦେଇ ମୁଁ ପାଉଛି ସୁଖ ନିତି |


ଚଢେଇ ଉଡ଼ି ଗାଉଛି ଗୀତେ ସେ ସବୁ ମିଛ କଥା, 

ଗୀତ ଗାଇ ମୁଁ ସବୁଠୁ ସୁଖୀ କରେନା କିଛି ଚିନ୍ତା |


ମଣିଷ କହେ-ହାଇରେ ହାଏ, ସବୁଠୁ ଦୁଃଖୀ ମୁହିଁ,

ଯେତେ ପାଇଲେ ମନ ପୂରେନା ଲୋଭ ତ ଛାଡୁନାହିଁ |





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational