Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ସିଧାକଥା-29 ବୟସ୍କ

ସିଧାକଥା-29 ବୟସ୍କ

1 min
307



ପରିପକ୍ଵ ହୋଇ ବୟସ୍କ ହୋଇଲି ପାଚିଗଲା ନିଶ-ଦାଢି,

ଅନୁଭବ ଆଉ ଅଭିଜ୍ଞତା ଧରି ଆଗକୁ ଯାଉଛି ମାଡ଼ି |


ବୁଢୀ କହେ ମୋତେ ବୁଢା ହୋଇଲଣି ହରିନାମ ଏବେ ଜପ,

ନାତି-ନାତୁଣୀଙ୍କ ବରାଦ ହେଉଛି କୁହ ରଜା-ରାଣୀ ଗପ |


ମୋଠାରୁ ବୟସ୍କ ଲୋକ କହୁଛନ୍ତି-ମୋ ଆଗରେ ତୁହି ଛୁଆ, 

ତୋର ବୟସରେ କେତେଜଣ ଏବେ ହୁଅନ୍ତି ଦ୍ଵିତୀୟ ବାହା |


ବୟସ ବଢିଲେ ମଣିଷଟା କେବେ ବୁଢା ହୋଇଯାଏ ନାହିଁ,

ଦେହ ସିନା ବୁଢା ମନ ଟୋକା ଥିଲେ ଅସଲ ଯୁବକ ସେହି |


ଷାଠିଏ ପୂରିଲେ ମଣିଷଟି ସିନା ନୂତନ ଜନମ ନିଏ,

ସତୁରୀ ହୋଇଲେ ସତେଇଶ ଭଳି ମନଟା ଚଞ୍ଚଳ ହୁଏ |


ଅଶି ହେଲେ ହେଉ ହସି ପାରୁଥିଲେ ହୋଇବ ସେ ଦେଶ ନେତା,

ନବେ ବରଷରେ ଚାଲି ପାରୁଥିଲେ ହେବ ସେ ଜଗତ ଜିତା |




Rate this content
Log in

Similar oriya poem from Inspirational